Advertisment

ପାଟ୍ରୋଲିଂ ବେଳେ ବନକର୍ମଚାରୀଙ୍କୁ ଆକ୍ରମଣ କଲା ଭାଲୁ

ପାଟ୍ରୋଲିଂ କରୁଥିବା ସମୟରେ ହଟାତ ଗୋଟିଏ ଭାଲୁ ଆସି ମହୁଲଡ଼ିହା ସେକ୍ସନର ପ୍ରୋଟେକ୍ସନ ଆସିଷ୍ଟାଣ୍ଟ କର୍ମୁ ମହାନ୍ତଙ୍କୁ ଆକ୍ରମଣ କରିଥିଲା।

beer attack

beer attack

Advertisment

ଜଙ୍ଗଲ ଭିତରେ ପାଟ୍ରୋଲିଂ କରୁଥିବା ବେଳେ ଭାଲୁ ଆକ୍ରମଣ ରେ ଜଣେ ବନକର୍ମଚାରୀ ଆହତ। ଏପରି ଘଟଣା ସାମ୍ନାକୁ ଆସିଛି କରଞ୍ଜିଆ ବନଖଣ୍ଡ ସାତକୋଶିଆ ରେଞ୍ଜଅଞ୍ଚଳରୁ।

Advertisment

ସାତକୋଶିଆ ରେଞ୍ଜର ବନପାଳ ବିଶ୍ୱଜିତ ମହାନ୍ତଙ୍କ ସମେତ କେତେଜଣ ବନ କର୍ମଚାରୀ ସାତକୋଶିଆ ସଂରକ୍ଷିତ ଜଙ୍ଗଲ କମ୍ପାର୍ଣ୍ଟମେଣ୍ଟ ନମ୍ବର ୧୩ ର ଦଲକୀ ମଠ ଜଙ୍ଗଲ ଭିତରୁ ଯାଇଥିଲେ। ଦିନ ପ୍ରାୟ ୧୧ ଘଟିକା ସମୟ ରେ ସେମାନେ ଜଙ୍ଗଲ ଭିତରେ ଚାଲି ଚାଲି ପାଟ୍ରୋଲିଂ କରୁଥିବା ସମୟରେ ହଟାତ ଗୋଟିଏ ଭାଲୁ ଆସି ମହୁଲଡ଼ିହା ସେକ୍ସନର ପ୍ରୋଟେକ୍ସନ ଆସିଷ୍ଟାଣ୍ଟ କର୍ମୁ ମହାନ୍ତଙ୍କୁ ଆକ୍ରମଣ କରିଥିଲା।

ଭାଲୁ ତାଙ୍କୁ ସମ୍ମୁଖ ରୁ ଆକ୍ରମଣ କରି ଦେବାରୁ କର୍ମୁ ଭାଲୁକୁ ଧକ୍କା ଦେବାରୁ ଭାଲୁ ସେଠାରୁ ଖସି ପଳାଇ ଯାଇଥିଲା। ଭାଲୁ ଆକ୍ରମଣ ପରେ ସାଥିରେ ଥିବା ଅନ୍ୟ ବନ କର୍ମଚାରୀ ମାନେ ତାଙ୍କୁ ଜଙ୍ଗଲ ଭିତରୁ ଆଣି ବନବିଭାଗ ଗାଡ଼ିରେ ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଛନ୍ତି।

Advertisment

ଭାଲୁ ଆକ୍ରମଣ ରେ ଅଣ୍ଟା,ହାତ ଗୋଡ଼ରେ ଭାଲୁ ର ନଖ ବାଜି ତାଙ୍କର ଗଭୀର କ୍ଷତ ହୋଇଛି। ତେବେ ତାଙ୍କୁ ଠକୁରମୁଣ୍ଡା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ ଅବସ୍ଥା ସ୍ଥିର ଥିବା ଜଣା ପଡ଼ିଛି।

Beer Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe