Accident
ଗ୍ୟାସ୍ ବୋଝେଇ ଟ୍ରକ୍ ଦୁର୍ଘଟଣାରେ ଜଣେ ଶ୍ରମିକ ମୃତ। ଏଭଳି ଘଟଣା ଘଟିଛି ଜଟଣୀ (HPCL) ହିନ୍ଦୁସ୍ତାନ୍ ପେଟ୍ରୋଲିୟମ୍ କର୍ପୋରେସନ ଲିମିଟେଡ ଡିପୋରେ। କାର୍ଯ୍ୟରତ ଜଣେ ଠିକା କର୍ମଚାରୀଙ୍କ ଉପରେ ଟ୍ରକ୍ ଚଢ଼ିଯାଇଥିଲା। ଘଟଣା ସ୍ଥଳରେ ଉତ୍ତେଜନା ପରିସ୍ଥିତି ଶୃଷ୍ଟି ହୋଇଥିଲା। ପୁଲିସ ପହଞ୍ଚି ଘଟଣାକୁ ନିୟନ୍ତ୍ରଣ କରିଛି।
ସୂଚନା ଅନୁସାରେ ଆଜି ସକାଳେ ଜଟଣୀ HPCL ଡିପୋରେ କାର୍ଯ୍ୟରତ ଠିକା କାର୍ମଚାରୀ ସାଇକେଲରେ ପାଣି ପିଇବା ପାଇଁ ଯାଉଥିଲେ। ସେହିସମୟରେ ଗ୍ୟାସ୍ ବୋଝେଇ ଟ୍ରକଟି ବ୍ୟାକ୍ କରୁଥିଲା। ସାଇକେଲରେ ଯାଉଥିବା କର୍ମଚାରୀଙ୍କ ଉପରେ ଚଡ଼ିଯାଇଥିଲା। ଘଟଣା ସ୍ଥଳରେ ରକ୍ତାକ୍ତ ଅବସ୍ଥାରେ ଶ୍ରମିକ ତଳେ ପଡ଼ିଯାଇଥିଲେ। ତେବେ ଅନ୍ୟ କର୍ମଚାରୀ ମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲକୁ ନେଇଥିଲେ। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପରେ HPCL ଡିପୋ ଭିତରେ ଅନ୍ୟଠିକା କର୍ମଚାରୀ ମାନେ ଧାରଣାରେ ବସିଥିଲେ। ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେବାରୁ ପୁଲିସ ପହଞ୍ଚି ଶ୍ରମିକ ମାନଙ୍କୁ ବୁଝାସୁଝା କରିବାପରେ ଉତ୍ତେଜନା ଥମିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Accident_1716813256.jpg)