Advertisment

କଲେଜକୁ ଯାଉଥିଲେ ଛାତ୍ରୀ, ପିଟି ଦେଲା ଟ୍ରାକ୍ଟର

ରଶ୍ମିତା ଆଜି ସକାଳେ ସାଇକେଲ ଯୋଗ ଲଙ୍ଗଳେଶ୍ୱର ସ୍ଥିତ ଦୁର୍ଗା ପ୍ରଶନ୍ନ ମହାବିଦ୍ୟାଳୟକୁ ଯାଉଥିଲେ। ମାତ୍ର ମହାବଳ ଛକରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରାକ୍ଟର ତାଙ୍କୁ ପଛପଟୁ ପିଟିଥିଲା।

Tension Situation

Tension Situation

Advertisment

ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ମହାବଳ ଛକରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କଲେଜ ଯାଉଥିବା ଜଣେ ଛାତ୍ରୀଙ୍କୁ ଏକ ଟ୍ରାକ୍ଟର ପିଟିବାରୁ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଛି। ମୃତା ଛାତ୍ରୀଜଣକ ବାଲିଆପାଳ ଥାନା ବଡଖୋଳିଆ ଗ୍ରାମର ରଶ୍ମିତା ପ୍ରଧାନ ବୋଲି ଜଣାଯାଇଛି।

Advertisment

ରଶ୍ମିତା ଆଜି ସକାଳେ ସାଇକେଲ ଯୋଗ ଲଙ୍ଗଳେଶ୍ୱର ସ୍ଥିତ ଦୁର୍ଗା ପ୍ରଶନ୍ନ ମହାବିଦ୍ୟାଳୟକୁ ଯାଉଥିଲେ। ମାତ୍ର ମହାବଳ ଛକରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରାକ୍ଟର ତାଙ୍କୁ ପଛପଟୁ ପିଟିଥିଲା। ଫଳରେ ଛାତ୍ରୀଜଣକ ଦୂରକୁ ଛିଟିକି ପଡ଼ିଥିଲେ।

ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ମେଡିକାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଉତ୍ତ୍ୟକ୍ତ ଲୋକେ ଟ୍ରାକ୍ଟରକୁ ଅଟକ ରଖିବା ସହ ଡ୍ରାଇଭରକୁ ବାନ୍ଧି ରଖିଥିଲେ।  

Advertisment

ଖବର ପାଇ ଶତାଧିକ କଲେଜ ଛାତ୍ରଛାତ୍ରୀ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଅବରୋଧ କରିବା ସହ ଅଭିଯୁକ୍ତ ଡ୍ରାଇଭରଙ୍କୁ ଅଟକ ରଖିଥିଲେ।  ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ସହ ଡ୍ରାଇଭରଙ୍କୁ ଥାନାକୁ ନେଇଥିବା ଜଣାଯାଇଛି। ମୃତା ଛାତ୍ରୀଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦିଆଯିବ ବୋଲି ପ୍ରଶାସନିକ ଅଧିକାରୀ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଛି। ପୁଲିସ୍‌ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। 

ରିପୋର୍ଟ- ଜଳେଶ୍ୱରରୁ ଅଜିତ ଦାସ

Balasore Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe