/odisha-reporter/media/post_attachments/uploadimage/library/16_9/16_9_0/Ret_Dam__1689160863.jpg)
Ret Dam
କଳାହାଣ୍ଡି ଜିଲ୍ଲା ଛତିକୁଡ଼ା ନିକଟସ୍ଥ ରେତ୍ ଡ୍ୟାମରେ ବୁଡ଼ି ଜଣେ ଛାତ୍ର ନିଖୋଜ ହୋଇଯାଇଛନ୍ତି। ଛାତ୍ର ଜଣଙ୍କ କଳାହାଣ୍ଡି ବିଶ୍ୱବିଦ୍ୟାଳୟର। ତାଙ୍କ ନାଁ ସାଲୁ ପଣ୍ଡା। ତାଙ୍କ ଘର ଭବାନୀପାଟଣାରେ।
ଆଜି କଳାହାଣ୍ଡି ବିଶ୍ୱବିଦ୍ୟାଳୟର କିଛି ଛାତ୍ରଛାତ୍ରୀ ରେତ୍ ଡ୍ୟାମ୍କୁ ବୁଲିବାକୁ ଆସିଥିବା ବେଳେ ଏହି ଅଘଟଣ ଘଟିଛି। ସାଲୁ ପଣ୍ଡା ବୁଡ଼ିଯିବା ଖବର ପାଇ ଘଟଣାସ୍ଥଳରେ ନର୍ଲା ଓ ଭବାନୀପାଟଣା ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିଛନ୍ତି। ସେମାନେ ଖୋଜେଖୋଜି କରୁଛନ୍ତି। ଖବର ଲେଖାଯିବା ସୁଦ୍ଧା ସାଲୁଙ୍କର ପତ୍ତା ମିଳିପାରି ନାହିଁ।
ଗତକାଲି ରାଜଧାନୀ ଭୁବନେଶ୍ୱର ଉପକଣ୍ଠ କୁଆଖାଇ ନଦୀରେ ବୁଡ଼ି ୪ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ୨ ଜଣଙ୍କ ମୃତଦେହ ଗତକାଲି ମିଳିଥିବା ବେଳେ ଆଉ ଜଣଙ୍କ ମୃତଦେହ ଆଜି ମିଳିଥିଲା। ସେମାନେ ସମସ୍ତେ ଆସ୍ଥା ସ୍କୁଲ ଅଫ୍ ମ୍ୟାନେଜମେଣ୍ଟର ଛାତ୍ର ଥିଲେ। ଆଉ ୪ ଜଣ ସାଙ୍ଗଙ୍କ ସହିତ ସେମାନେ ବାଲିଅନ୍ତା ଥାନା ଧବଳହାର ନିକଟକୁ ଭୋଜି କରିବାକୁ ଯାଇଥିଲେ। ରୋଷେଇବାସ ଚାଲିଥିବା ବେଳେ ଏହି ୪ ଛାତ୍ର କୁଆଖାଇକୁ ଗାଧୋଇବାକୁ ଯାଇ ବୁଡ଼ି ଯାଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
