Advertisment

ଶ୍ରୀ ଝାଡ଼େଶ୍ୱର ମନ୍ଦିରରେ କାଉଡ଼ିଆଙ୍କ ମୃତ୍ୟୁ

ଦେବଗଡ଼ ସ୍ଥିତ ପ୍ରସିଦ୍ଧ ଶୈବପୀଠ ଶ୍ରୀ ଝାଡ଼େଶ୍ୱର ମନ୍ଦିରରେ ଶୋଇଥିବା ଅବସ୍ଥାରେ ଜଣେ କାଉଡ଼ିଆଙ୍କ ମୃତ୍ୟୁ ଘଟିଛି।

ଅଦ୍ୟତନ ହୋଇଛି
DeadBody

DeadBody

Advertisment

ଦେବଗଡ଼ ସ୍ଥିତ ପ୍ରସିଦ୍ଧ ଶୈବପୀଠ ଶ୍ରୀ ଝାଡ଼େଶ୍ୱର ମନ୍ଦିରରେ ଶୋଇଥିବା ଅବସ୍ଥାରେ ଜଣେ କାଉଡ଼ିଆଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳ ଥାନା ଅନ୍ତର୍ଗତ ଦେଓଝରଣ ଗାଁର ବିଭୂତି ବେହେରା (୪୨)।

Advertisment

ବିଭୂତି ଢେଙ୍କାନାଳ ଜିଲ୍ଲା ବାଲିମୀ ସ୍ଥିତ ପଠାଣୀ ସାମନ୍ତ ଡିପ୍ଲୋମା କଲେଜରେ ପିଅନ ଭାବେ କାର୍ଯ୍ୟ କରୁଥିଲେ। ଗତକାଲି ବାଲିମୀ ଥାନା ନୂଆଁ ଗ୍ରାମର ୫୦ ଜଣ ଯୁବକ ଜଳାଭିଷେକ ପାଇଁ ଶ୍ରୀ ଝାଡ଼େଶ୍ୱର ମନ୍ଦିରକୁ ଆସିଥିଲେ। ସେମାନେ ୨ଟି ଗାଡ଼ିରେ ଆସିଥିବା ବେଳେ ସେମାନଙ୍କ ସହିତ ବିଭୂତି ମଧ୍ୟ ଆସିଥିଲେ।

ସନ୍ଧ୍ୟାରେ ସେମାନେ ନିକଟସ୍ଥ ବାଳିଆପିଟା ନାଳରୁ ଜଳ ସଂଗ୍ରହ କରି ମନ୍ଦିର ପରିସରରେ ସାଇତି ରଖିଥିଲେ। ରାତି ପ୍ରାୟ ୧୧ଟା ବେଳେ ବିଭୂତି ଖିଆପିଆ ସାରି ମନ୍ଦିର ମଣ୍ଡପରେ ଅନ୍ୟମାନଙ୍କ ସହ ଶୋଇଥିଲେ। ଆଜି ଭୋର ପ୍ରାୟ ୩ଟା ବେଳେ ତାଙ୍କ ସାଥୀମାନେ ଉଠିଥିଲେ। କିନ୍ତୁ ସେ ଉଠି ନଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଆମ୍ୱୁଲାନ୍ସ ଯୋଗେ ଦେବଗଡ଼ ଜିଲା ମୂଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ଦେବଗଡ଼ରୁ ସିଦ୍ଧାର୍ଥ ଗୁରୁଙ୍କ ରିପୋର୍ଟ

Kaudia Bolbom
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe