DeadBody
Advertisment
ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଚାରିଆକଣ ଗାଁରେ ଛିଣ୍ଡି ପଡ଼ିଥିବା ଏକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ନବମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ହେଉଛନ୍ତି ସେହି ଗାଁର ଶଙ୍କର ଜେନାଙ୍କ ପୁଅ ମୁକ୍ତି ପ୍ରସାଦ ଜେନା।
Advertisment
ଆଜି ଅପରାହ୍ନରେ ମୁକ୍ତି ପ୍ରସାଦ ତାଙ୍କ ଘର ପଛ ପାଖରେ ଖେଳୁଥିବା ବେଳେ ପୂର୍ବରୁ ଖୁଣ୍ଟରୁ ଛିଣ୍ଡି ତଳେ ପଡ଼ିଥିବା ଏହି ଜୀବନ୍ତ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବାଲିକୁଦା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us