Advertisment

ପାଣିରେ ବୁଡ଼ି ନାବାଳକ ମୃତ

ସକାଳ ସମୟରେ କରମ ନିଜ ଭଉଣୀ ସହ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ପୋଖରୀରେ ଗାଧୋଇବା ବେଳେ ପାଣିରେ ବୁଡ଼ି ଯାଇଥିଲେ।

author-image
Biswajit Samal
ଅଦ୍ୟତନ ହୋଇଛି
dead body

dead body

ଗାଧୋଇବା ବେଳେ ପାଣିରେ ବୁଡ଼ି ଜଣେ ନାବାଳକଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ପାଟଣାଗଡ଼ ଥାନା ଦଳଦଳି ଗାଁର ସୁରେନ୍ଦ୍ର ସାଣ୍ଡଙ୍କ ଏକମାତ୍ର ପୁଅ କରମ ସାଣ୍ଡ।

Advertisment

ଆଜି ସକାଳ ସମୟରେ କରମ ନିଜ ଭଉଣୀ ସହ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ପୋଖରୀରେ ଗାଧୋଇବା ବେଳେ ପାଣିରେ ବୁଡ଼ି ଯାଇଥିଲେ। ଏହାଦେଖି ଭଉଣୀ ପାଟିକରି ଡାକପାକାଇଲେ। ସ୍ଥାନୀୟ ଲୋକେ ଡାକ ସୁଣି ଦୌଉଡ଼ିକି ଆସିଲେ। ପାଣିରୁ ନାବାଳକକୁ ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁମୃତ୍ୟୁ ଘୋଷଣା କରିଥିଲେ। ତେବେ ପାଟଣାଗଡ଼ ପୁଲିସ ମେଡିକାଲରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Accident