Advertisment

ଝିଅକୁ ଦେଖା ହେଲା ଶେଷ ଦେଖା; ଚଳନ୍ତା ଟ୍ରେନରୁ ଖସିପଡ଼ିଲେ ବାପା

ଆଜି ସକାଳେ ଲୋଇସିଂହା ରେଲୱେ ଷ୍ଟେସନ ନିକଟରେ କେଶବ ଚଳନ୍ତା ଟ୍ରେନରୁ ଖସି ପଡ଼ିଥିଲେ।

author-image
Tapaswini Nayak
Train

Train

ରାଜଧାନୀରେ ପଢ଼ୁଥିବା ଝିଅକୁ ଦେଖାକରି ଘରକୁ ଫେରୁଥିଲେ ବାପା। ଝିଅ ବିଷୟରେ ମା’କୁ ସବୁକଥା କହିବେ ବୋଲି ଟ୍ରେନରେ ବସି ଭାବୁ ଥିଲେ। ହେଲେ ଗୋଟିଏ ମିନିଟ୍‌ରେ ସବୁ ସ୍ୱପ୍ନ ଧୂଳିସାତ ହୋଇଯାଇଥିଲା। ଚଳନ୍ତା ଟ୍ରେନରୁ ପଡ଼ି ଚାଲିଯାଇଥିଲା ବାପାର ଜୀବନ। ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ରେଲୱେ ଷ୍ଟେସନ ନିକଟରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ନୂଆପଡା ଜିଲ୍ଲା ସିର୍ତ୍ତୋଲ ଗାଁର କେଶବ ମାଝୀ।

Advertisment

କେଶବଙ୍କ ଝିଅ ଭୁବନେଶ୍ୱରର ଏକ ଘରୋଇ କଲେଜ ପଢ଼ୁଛି। ନୂଆଖାଇରେ ଘରେ ପିଠାପଣା ହୋଇଥିଲା। ଗତକାଲି ବାପା ଝିଅ ପାଖକୁ ପଠାପଣା ନେଇ ଭୁବନେଶ୍ୱର ଆସିଥିଲେ। ଗତକାଲି ଝିଅକୁ ଦେଖା କରି ଘରକୁ ଫେରିଥିଲେ।  ଭୁବନେଶ୍ୱର ରେଲୱେ ଷ୍ଟେସନରୁ ପୁରୀ -ଦୁର୍ଗ ଇଣ୍ଟରସିଟି ଏକ୍ସପ୍ରେସରେ ବସି ଘରକୁ ଯାଉଥିଲେ।

ଆଜି ସକାଳେ ଲୋଇସିଂହା ରେଲୱେ ଷ୍ଟେସନ ନିକଟରେ କେଶବ ଚଳନ୍ତା ଟ୍ରେନରୁ ଖସି ପଡ଼ିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଜିଆରପି କେଶବଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। କେଶବ ଆତ୍ମହତ୍ୟା କରିଛନ୍ତି ନା ଆଉ କିଛି କାରଣ ଅଛି ଅସ୍ପଷ୍ଟ ରହିଛି। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Bhubaneswar Train Accident