Advertisment

ବାଇକକୁ ପିଟିଲା କାର: ଜଣେ ମୃତ, ମେଡିକାଲରେ ମହିଳା

୧୬ ନମ୍ବର ଜାତୀୟ ରାଜପଥରେ ଆଜି ଅପରାହ୍ନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ମହିଳା ମେଡିକାଲ ବେଡ଼ରେ ମୃତ୍ୟୁ ସହିତ ସଘର୍ଷ କରୁଛନ୍ତି।

ଅଦ୍ୟତନ ହୋଇଛି
Bhadrak

Bhadrak

Advertisment

୧୬ ନମ୍ବର ଜାତୀୟ ରାଜପଥରେ ଆଜି ଅପରାହ୍ନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ମହିଳା ମେଡିକାଲ ବେଡରେ ମୃତ୍ୟୁ ସହିତ ସଘର୍ଷ କରୁଛନ୍ତି। ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇଥିବା କାର ଚାଳକକୁ ଅଟକାଇ ରଖି ପୁଲିସ ଜିମା ଦେଇଛନ୍ତି। 

Advertisment

ସୂଚନା ଅନୁସାରେ ଏକ କାର ଦୃତ ଗତିରେ ପୁରୀରୁ କଲିକତା ଅଭିମୁଖେ ଯାଉଥିଲା। ତେବେ ଜାତୀୟ ରାଜପଥର ଚରମ୍ପା ଓଭର ବ୍ରିଜ ଉପରେ ସମ୍ମୁଖରେ ଯାଉଥିବା ଏକ ବାଇକକୁ ଧକ୍କା ଦେଇଥିଲା। ଯାହା ଫଳରେ ବାଇକ ଓ ଚାଳକ ବ୍ରିଜ ତଳକୁ ଖସିପଡ଼ିଥିଲେ। ସ୍ଥାନୀୟ ଲୋକେ ବାଇକଚାଳକ ଓ ତାଙ୍କ ପଛରେ ବସିଥିବା ମହିଳାଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟଚିକିତ୍ସା ଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ବାଇକ ଚାଳକକୁ ମୃତ ଘୋଷଣା କରିଥିଲେ। ଆଉ ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି।  

ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ କାର ଚାଳକକୁ ଅଟକାଇ ପୁଲିସକୁ ଖବର ଦେଇ ଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ କବଳରୁ କାର ଚାଳକକୁ ଉଦ୍ଧାର କରି ପଚରା ଉଚରା କରୁଛି। 

Advertisment
Roadaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe