/odisha-reporter/media/media_files/2026/03/01/drown-2026-03-01-17-27-56.jpg)
ସାଙ୍ଗମାନଙ୍କ ସହିତ ଗାଧୋଇବାକୁ ଯାଇଥିବା ବେଳେ ମହାନଦୀରେ ବୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଘଟଣାଟି ଘଟିଛି ବୌଦ୍ଧର ମହାନଦୀର କୁଲିପଡ଼ା ଘାଟରେ।
Advertisment
ମୃତ ଛାତ୍ରଙ୍କ ନାଁ ଆଦିତ୍ୟ ଭଞ୍ଜ। ତାଙ୍କ ଘର ବୌଦ୍ଧ ସହରର ଶୁଦ ସାହିରେ। ଆଦିତ୍ୟ ଗତ ବର୍ଷ ଜେଡି ହାଇସ୍କୁଲରୁ ୧୦ମ ଶ୍ରେଣୀ ପାସ୍ କରିଥିଲେ। ସେ ପୁରୁଣା କଟକରେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପଢୁଥିଲେ।
ଆଜି ରବିବାର ଥିବାରୁ ସାଙ୍ଗଙ୍କ ସହ ମିଶି ନଦୀକୁ ଗାଧୋଇବାକୁ ଯାଇଥିଲେ ଆଦିତ୍ୟ। ଅସାବଧାନତା ଯୋଗୁଁ ତାଙ୍କର ଗୋଡ଼ ଖସିଯିବାରୁ ସେ ଗଭୀର ପାଣିକୁ ଚାଲିଯାଇଥିଲେ। ତାଙ୍କୁ ଭଲ ଭାବେ ପହଁରା ଜଣା ନଥିଲା। ସେ କୂଳକୁ ଫେରି ନପାରି ପାଣି ଭିତରେ ବୁଡି ଯାଇଥିଲେ।
Advertisment
ଘଟଣା ସଂପର୍କରେ ଖବର ପାଇ ପହଞ୍ଚିଥିଲେ ପୁଲିସ୍ ଓ ଅଗ୍ନିଶମ ବାହିନୀ ଟିମ୍। ସ୍ଥାନୀୟ ଲୋକଙ୍କ ସହାୟତାରେ ଆରମ୍ଭ ହୋଇଥିଲା ରେସକ୍ୟୁ ଅପରେସନ। ୨ ଘଣ୍ଟାରୁ ଅଧିକ ସମୟ ଖୋଜାଖୋଜି କରିବା ପରେ ଆଦିତ୍ୟଙ୍କୁ ଠାବ କରାଯାଇଥିଲା।
ଅଗ୍ନିଶମ ବିଭାଗ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଡାକ୍ତର ପରୀକ୍ଷା କରିବା ପରେ ଆଦିତ୍ୟଙ୍କୁ ମୃତ ଘୋଷଣା କରିଥିଲେ। ଏ ଖବର ଜଣାପଡ଼ିବା ପରେ ବୌଦ୍ଧ ସହରରେ ଶୋକର ଛାୟା ଖେଳାଇ ଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
