Advertisment

Accident: ଭୁବନେଶ୍ୱରରୁ ବାରିପଦା ଯାଉଥିବା ବଳେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ

ଗତକାଲି ରାତିରେ ‘ନୀଳ ମାଧବ’ ନାମକ ଏହି ଘରୋଇ ଯାତ୍ରୀବାହୀଟି ଭୁବନେଶ୍ୱରରୁ ବାରିପଦା ଅଭମୁଖେ ଯାଉଥିଲା। ବିଳମ୍ବିତ ରାତିରେ ବସ୍‌ଟି ଭଦ୍ରକର ନେହରୁ ଷ୍ଟାଡିୟମ ନିକଟରେ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

Bus Accident
Advertisment

ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭଦ୍ରକରେ ଏହି ଦୁର୍ଘଟଣା ଘଟିଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।

Advertisment

ଗତକାଲି ରାତିରେ ‘ନୀଳ ମାଧବ’ ନାମକ ଏହି ଘରୋଇ ଯାତ୍ରୀବାହୀଟି ଭୁବନେଶ୍ୱରରୁ ବାରିପଦା ଅଭମୁଖେ ଯାଉଥିଲା। ବିଳମ୍ବିତ ରାତିରେ ବସ୍‌ଟି ଭଦ୍ରକର ନେହରୁ ଷ୍ଟାଡିୟମ ନିକଟରେ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବସ୍‌ଟି ରାସ୍ତାକଡ଼ରେ ଠିଆ ହୋଇଥିବା ଏକ ଡମ୍ପରକୁ ପଛରୁ ଧକ୍କା ଦେଇଥିଲା। 

ବସ୍‌ର ସମ୍ମୁଖ ବସ୍‌ ଭାଗ ଚୁରମାର ହୋଇଯାଇଛି। ତେବେ ଯାତ୍ରୀମାନଙ୍କର କିଛି ହୋଇନାହିଁ। ସମସ୍ତେ ସୁରକ୍ଷିତ ଅଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। 

Advertisment

ପୁଲିସ୍ ଯାତ୍ରୀମାନଙ୍କୁ ଉଦ୍ଧାର କରିବା ସହିତ ଅନ୍ୟ ଏକ ବସ୍‌ ଯୋଗେ ସମସ୍ତ ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳକୁ ପଠାଇଥିଲା। ପୁଲିସ ଘଟଣାର ତଦନ୍ତ କରୁଛି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe