Advertisment

Accident: ଓଭର ଟେକ୍ କରୁଥିଲା ବେଳେ ଘଟିଲା ଦୁର୍ଘଟଣା

ଅଭର୍ ଟେକ୍ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହୀ ବସ୍‌। ଏଥିରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

author-image
Jitendra Garnayak
BusAccident

ଅଭର୍ ଟେକ୍ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହୀ ବସ୍‌। ଏଥିରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗଜପତି ଜିଲ୍ଲା ମୋହନା ଥାନା ଚାନ୍ଦିପୁଟ କଲେଜ ନିକଟରେ ଘଟିଛି ଏହି ଦୁର୍ଘଟଣା।

Advertisment

ଏହି ଘରୋଇ ଯାତ୍ରୀବାହୀ ବସ୍‌ଟି ଆର. ଉଦୟଗିରିରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ଚାନ୍ଦିପୁଟ କଲେଜ ନିକଟରେ ଆଉ ଏକ ବସ୍‌କୁ ଏହା ଦ୍ରୁତ ଗତିରେ ଓଭର ଟେକ୍ କରୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରୁ ଖସି ଯାଇଥିଲା ଓ ଏକ ପାହାଡ଼ର ପାଦଦେଶରେ ଥିବା ଏକ ଢିପରେ ଜୋରରେ ପିଟି ହୋଇଯାଇଥିଲା।

ଏହି ଦୁର୍ଘଟଣାରେ ବସ୍‌ର ସମ୍ମୁଖଭାଗ ଭାଙ୍ଗି ଯାଇଥିବା ବେଳେ ଏହାର କିଛି ସିଟ୍‌ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ପୁଲିସ ଓ ଆଗ୍ନିଶମ ବାହିନୀ ସମସ୍ତଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଅଛନ୍ତି। 

Advertisment

ଓଲଟି ପଡ଼ିଲା ଗ୍ୟାସ୍‌ ଟ୍ୟାଙ୍କର

ଅନ୍ୟପକ୍ଷରେ ଅନୁଗୋଳର ଜରପଡ଼ା ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ଗ୍ୟାସ ଟ୍ୟାଙ୍କର ଓଲଟି ପଡ଼ିଥିଲା। ଛତିଶଗଡରୁ ଅନୁଗୋଳ ଅଭିମୁଖେ ଆସୁଥିବା ଏକ କମ୍ପ୍ରେସ୍‌ଡ ବାୟୋ ଗ୍ୟାସ୍ (CBG) ଟ୍ୟାଙ୍କରଟି ଜରପଡା ଛକ ନିକଟସ୍ଥ ପେଟ୍ରୋଲ ପମ୍ପ ପାଖରେ ଭାରସ୍ୟାମ ହରାଇ ଓଲଟି ପଡ଼ିଥିଲା। ଖବର ପାଇ ଜରପଡ଼ା ଥାନା ପୁଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ରାସ୍ତାର ଦୁଇ ପାର୍ଶ୍ୱକୁ ଅବରୋଧ କରିବା ସହ ଦମକଳ ବାହିନୀକୁ ଖବର ଦେଇଥିଲା। ଟ୍ୟାଙ୍କରରେ ବିପଦପୂର୍ଣ୍ଣ ତଥା ଦହନଶୀଳ ଗ୍ୟାସ୍ ଥିବାରୁ ଦୁଇଟି ଦମକଳ ଆସି ଗାଡ଼ିକୁ ଜଗି ରହି ଲୋକଙ୍କୁ ଓଲଟି ପଡ଼ିଥିବା ଗାଡ଼ି ପାଖକୁ ମୋବାଇଲ ନେଇଯିବାକୁ ବାରଣ କରିଥିଲେ। ଅଗ୍ନିକାଣ୍ଡ ଆଶଙ୍କା ଥିବାରୁ ସ୍ଥାନୀୟ ଅଞ୍ଚଳରେ କିଛି ଘଣ୍ଟା ଧରି ବିଦ୍ୟୁତ୍ ସରବରାହ ବନ୍ଦ ରଖାଯାଇଥିଲା। 

ମୋହନାରୁ ମିହିର ଜତି ଓ ଅନୁଗୋଳରୁ ପ୍ରକାଶ ମହାନ୍ତିଙ୍କ ରିପୋର୍ଟ