Advertisment

ବିଜୁଳି ଖୁଣ୍ଟରେ ପିଟି ହୋଇ କାର୍‌ ଚେପା, ଭିତରେ ଥିଲେ ୫ ଜଣ

ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ବେଳେ ଦ୍ରୁତ ଗତିରେ ଏକ କାର୍‌ ଚେମ୍ବୁର ଅଭିମୁଖେ ଯାଉଥିଲା। ସେଥିରେ ୫ ଯୁବକଯୁବତୀ ଥିଲେ।

author-image
Niharika Rout
Accident

Accident

ବିଜୁଳି ଖୁଣ୍ଟରେ ପିଟିହୋଇ ଚେପା ହୋଇଗଲା ଏକ ଦ୍ରୁତଗାମୀ କାର୍‌। ଫଳରେ କାର୍‌ରେ ଥିବା ୫ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨ ଯୁବତୀ ବି ଅଛନ୍ତି। ମୁମ୍ବାଇର ଚେମ୍ବୁରରେ ଗତକାଲି ବିଳମ୍ବିତ ରାତିରେ ଏପରି ଏକ ଭୟଙ୍କର ଦୁର୍ଘଟଣା ଘଟିଛି।

Advertisment

ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ବେଳେ ଦ୍ରୁତ ଗତିରେ ଏକ କାର୍‌ ଚେମ୍ବୁର ଅଭିମୁଖେ ଯାଉଥିଲା। ସେଥିରେ ୫ ଯୁବକଯୁବତୀ ଥିଲେ। ମାତ୍ର ତାହା SCLR ବ୍ରିଜରେ ପହଞ୍ଚିବା କ୍ଷଣି ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ। ଏହାପରେ ଗାଡ଼ିଟି ରାସ୍ତା ପାର୍ଶ୍ୱରେ ଥିବା ଏକ ବିଦ୍ୟୁତ୍‌ ଖୁଣ୍ଟରେ ଜୋରରେ ପିଟି ହୋଇ ଯାଇ ଚେପା ହୋଇ ଯାଇଥିଲା।

ସ୍ଥାନୀୟ ଲୋକେ ଏନେଇ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ପ୍ରାୟ ଘଣ୍ଟାଏରୁ ଅଧିକ ସମୟର ପରିଶ୍ରମ ପରେ ଗାଡ଼ିଟିକୁ ୨ ଫାଳ କରି ଖୁଣ୍ଟଦ୍ୱୟ ମଧ୍ୟରୁ ବାହାର କରିଥିଲେ।

Advertisment

ଏହାପରେ କାର୍‌ରେ ଥିବା ଲୋକଙ୍କୁ ଗୁରତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି। ଏଥିଯୋଗୁ କିଛି ସମୟ ପାଇଁ ରାସ୍ତାରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଥିଲା।

Mumbai Road Accident