Advertisment

ହାଇୱା ଧକ୍କାରେ ଛାତ୍ରୀ ମୃତ, ଛାତ୍ର ଗୁରୁତର

ହାଇୱା ଧକ୍କାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଛାତ୍ର ଗୁରୁତର ଆହତ ହୋଇଛନ୍ତି।

Dead Body

Dead Body

Advertisment

ନୟାଗଡ଼ ଜିଲ୍ଲା ଭାପୁର-ରାଜସୁନାଖଳା ରାସ୍ତାର ଗୋଳାପୋଖରୀ ଗାଁ ନିକଟରେ ଆଜି ହାଇୱା ଧକ୍କାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଛାତ୍ର ଗୁରୁତର ଆହତ ହୋଇଛନ୍ତି।

Advertisment

ଏ ନେଇ ଗୋଳାପୋଖରୀ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେl

ମୃତକ ଜଣକ ହେଉଛନ୍ତି ଫତେଗଡ଼ ଥାନା ବେଗୁନିଆ ଗାଁର ପୂଜା ପ୍ରଧାନ। ସେହିଭଳି ଗୁରୁତର ଆହତ ଛାତ୍ର ଜଣକ ହେଉଛନ୍ତି ଅବିନାଶ ପ୍ରଧାନ। ଉଭୟ ୮ମ ଶ୍ରେଣୀ ଛାତ୍ରଛାତ୍ରୀl

Advertisment

ଗୋଳାପୋଖରୀ ଗାଁରୁ ଟିୟୁସନ ସାରି ସାଇକେଲ ଯୋଗେ ସାଙ୍ଗ ହୋଇ ଫେରୁଥିଲେ ପୂଜା ଓ ଅବିନାଶଙ୍କ ସମେତ କିଛି ଛାତ୍ରଛାତ୍ରୀl ଏହି ସମୟରେ ଏକ ବାଲି ବୋଝେଇ ହାଇୱା ପୂଜା ଓ ଅବିନାଶକୁ ଧକ୍କା ଦେଇଥିଲା। ସେମାନଙ୍କୁ ତୁରନ୍ତ ଭାପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ପୂଜାଙ୍କୁ ମୃତ ଘୋଷଣା କରାଯାଇଥିଲା।

ଫତେଗଡ଼ ଥାନା ଅଞ୍ଚଳରେ ବାରମ୍ବାର ହାଇୱା ଧକ୍କାରେ ଜୀବନ ହନି ହେଉଛି। ଗତ କିଛି ମାସ ମଧ୍ୟରେ ୩ଜଣଙ୍କ ଜୀବନ ଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତିl ବାରମ୍ବାର ଅଭିଯୋଗ ପରେ ନିଦାବିଷ୍ଣୁ ପାଲଟିଛି ପ୍ରଶାସନ।

Roadaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe