Advertisment

ନାଳରେ ଭାସିଯାଇ ଶିକ୍ଷକଙ୍କ ମୃତ୍ୟୁ

ଖବର ପାଇ ରିଆମାଳ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଥିଲେ।

author-image
Jitendra Garnayak
Nala

Nala

ଦେବଗଡ଼ ଜିଲ୍ଲା ରିଆମାଳ ଥାନା ବିଜାବେରଣି ଗାଁରେ ଗୋହିରା ନାଳରେ ଭାସିଯାଇ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ମୃତ ଶିକ୍ଷକ ଜଣଙ୍କ ହେଉଛନ୍ତି କୁଣ୍ଡାଝରି ଗ୍ରାମର ଅକୃର ଭୋଇ (୪୮)।

Advertisment

ସେ ତେନ୍ତଳାବାହାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଥିଲେ। ଗତକାଲି ସେ ରେଙ୍ଗାଲବେଡ଼ା ବିଦ୍ୟାଳୟକୁ କ୍ଲଷ୍ଟର ସ୍ତରୀୟ ବୌଠକରେ ଯୋଗ ଦେବା ପାଇଁ ଯାଇଥିଲେ। ଅପରାହ୍ନରେ ଘରକୁ ଫେରୁଥିବା ବେଳେ ବିଜାବେରଣି ଗାଁ ନିକଟରେ ଥିବା ଗୋହିରା ନାଳକୁ ସେ ବିପଦଜନକ ଭାବେ ଅତିକ୍ରମ କରୁଥିବା ବେଳେ ଭାରସାମ୍ୟ ହରାଇ ଭାସି ଯାଇଥିବା ଅନୁମାନ କରାଯାଉଛି।

ଦୀର୍ଘ ସମୟ ଧରି ସେ ନଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ। ଆଜି ତାଙ୍କର ମୃତଦେହ ଠାବ କରାଯାଇଥିଲା। ଗୋହିରା ନାଳରେ ଶବ ଭାସୁଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିବାବେଳେ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ।

Advertisment

ଖବର ପାଇ ରିଆମାଳ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଥିଲେ। ପୁଲିସ୍ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ବର୍ଷା ଦିନ ପାଇଁ ଗୋହିରା ନାଳରେ ଅଧିକ ପାଣି ପ୍ରବାହିତ ହେଉଥିବା ବେଳେ ସୁଅ ବେଶ୍‌ ପ୍ରଖର ରହିଛି।