/odisha-reporter/media/post_attachments/uploadimage/library/16_9/16_9_0/fire_1700104149.jpg)
fire
ଝିଅ ବିବାହ ପାଇଁ ସୁନା ଗହଣାଠାରୁ ଆରମ୍ଭ କରି ସମସ୍ତ ଆସବାବ ପତ୍ର ଘରେ କିଣି ରଖିଥିଲେ। ଘରେ ନିଆଁ ଲାଗି ସବୁ ଜଳିପୋଡ଼ି ପାଉଁଶ ହୋଇଗଲା। ଅଳ୍ପ କିଛି ଦିନ ଝିଅ ବିବାହ ବାକି ଥିବା ବେଳେ କିପରି ଝିଅକୁ ଶାଶୁ ଘରକୁ ପଠାଇବେ ସେନେଇ ଚିନ୍ତାରେ ପଡ଼ିଯାଇଛନ୍ତି ପରିବାର ଲୋକେ। ଏପରି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କମଳାପଦର ଗାଁରେ ।
କମଳାପଦର ଗାଁରେ ସ୍ୱର୍ଗତ ଦେବ ପାହାନଙ୍କ ପରିବାର ଲୋକେ ଗତକାଲି ବିଲକୁ ଧାନ କାଟିବାକୁ ଯାଇଥିଲେ। ଏହି ସମୟରେ ଘରେ ନିଆଁ ଲାଗି ଯାଇଥିଲା। ପାଖ ପଡ଼ୋଶୀ ଏହା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଏହାସହ ଦେବଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ।
ହେଲେ ନିଆଁ ଶୀଘ୍ର ଚାରିଆଡେ ବ୍ୟାପିଯାଇଥିଲା। କିଛି ଘଣ୍ଟାର ଅକ୍ରାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ସେତେବେଳକୁ ଅଗ୍ନିକାଣ୍ଡରେ ୩ବଖରା ଘର, ଧାନ ଚାଉଳ, ଆସବାବପତ୍ର ପୋଡ଼ି ପାଉଶଁ ହୋଇ ଯାଇଥିଲା। ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଦେବଙ୍କ ପରିବାରକୁ ସରକାର ସହାୟତା ଦେବା ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି l
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
