Advertisment

ବାଇକ୍‌କୁ ଧକ୍କା ଦେବା ପରେ ଜଳିଗଲା ଟ୍ରକ୍

ଟ୍ରକ୍ କିଛି ବାଟ ପର୍ଯ୍ୟନ୍ତ ବାଇକ୍‌ଟିକୁ ଘୋଷାଡ଼ି ନେଇଥିଲା। ପରେ ବାଇକ୍‌ରେ ବିସ୍ଫୋରଣ ଘଟିଥିଲା।

author-image
Jitendra Garnayak
Accident

Accident

ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଜଗନ୍ନାଥଖୁଣ୍ଟା ହାଇସ୍କୁଲ ସମ୍ମୁଖରେ ୧୮ନଂ ଜାତୀୟ ରାଜପଥରେ ଏକ ବାଇକକୁ ଧକ୍କା ଦେବା ପରେ ଟ୍ରକ୍‌ଟିଏ ଜଳିଯାଇଛି। ବାଇକ ଚାଳକ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଟ୍ରକ୍ ଚାଳକଙ୍କ ପତ୍ତା ମିଳିନାହିଁ।

Advertisment

ସୂଚନା ଅନୁଯାୟୀ, ବାଇକଟି ରାସ୍ତାର ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ଯାଉଥିବା ବେଳେ ଟ୍ରକ୍‌ଟି ଏହାକୁ ଧକ୍କା ଦେଇଥିଲେ। ଟ୍ରକ୍ ଧକ୍କା ଦେବା ପରେ ବାଇକ୍ ଚାଳକ ଛିଟିକି ପଡ଼ିଥିଲେ। ବାଇକ୍‌ଟି ଟ୍ରକ୍‌ରେ ଲାଗି ରହିଥିଲା। ଟ୍ରକ୍ କିଛି ବାଟ ପର୍ଯ୍ୟନ୍ତ ବାଇକ୍‌ଟିକୁ ଘୋଷାଡ଼ି ନେଇଥିଲା। ପରେ ବାଇକ୍‌ରେ ବିସ୍ଫୋରଣ ଘଟିଥିଲା। ବାଇକରେ ବିସ୍ଫୋରଣ ପରେ ଟ୍ରକ୍‌ରେ ଲାଗି ଯାଇଥିଲା ନିଆଁ। ଜାତୀୟ ରାଜପଥ କଡ଼ରେ ହୁ ହୁ ହୋଇ ଜଳିଯାଇଥିଲା ଟ୍ରକ୍‌।

ଅଗ୍ନିଶମ ବାହିନୀ ନିଆଁ ଲିଭାଇଥିବା ବେଳେ ବାଙ୍ଗିରିପୋଷି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଯାଞ୍ଚ କରୁଛି। ତେବେ ଟ୍ରକ୍ ଡ୍ରାଇଭରଙ୍କର ପତ୍ତା ମିଳିନି।

Advertisment
Accident