Advertisment

ବାଇକକୁ ଧକ୍କା ଦେଲା ଟ୍ରକ: ଜଣେ ମୃତ, ଜଣେ ଗୁରୁତର

ଆଜି ମଧ୍ୟାହ୍ନ ସମୟରେ ପାଣ ପ୍ରଧାନ ଓ ନୀଳାଞ୍ଚଳ ପ୍ରଧାନ ଗୋଟିଏ ବାଇକରେ କୌଣସି କାମରେ ପୋଡ଼ାମାରି ଯାଉଥିଲେ। ସେହି ସମୟରେ ଗୋଟିଏ ଟ୍ରକ ଦ୍ରୁତଗତିରେ ଆସି ବାଇକୁ ପଛରୁ ଧକ୍କା ଦେଇଥିଲା।

author-image
Biswajit Samal
ଅଦ୍ୟତନ ହୋଇଛି
Accident

Accident

ବାଇକକୁ ଧକ୍କା ଦେଲା ଟ୍ରକ ଜଣେ ମୃତ ଜଣେ ଗୁରୁତର। ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୋଡ଼ାମାରି ପେଟ୍ରୋଲ ପମ୍ପ ନିକଟରେ। ମୃତକ ଜଣଙ୍କ ହେଲେ ପାଣ ପ୍ରଧାନ। ତାଙ୍କ ଘର ହେଉଛି ନରସିଂହଗଡ଼ ଗାଁରେ।

Advertisment

ଆଜି ମଧ୍ୟାହ୍ନ ସମୟରେ ପାଣ ପ୍ରଧାନ ଓ ନୀଳାଞ୍ଚଳ ପ୍ରଧାନ ଗୋଟିଏ ବାଇକରେ କୌଣସି କାମରେ ପୋଡ଼ାମାରି ଯାଉଥିଲେ। ସେହି ସମୟରେ ଗୋଟିଏ ଟ୍ରକ ଦ୍ରୁତଗତିରେ ଆସି ବାଇକୁ ପଛରୁ ଧକ୍କା ଦେଇଥିଲା। ଫଳରେ ଉଭୟ ଛିଟିକିକି ରାସ୍ତାରେ ପଡ଼ିଥିଲେ। ରାସ୍ତାରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବାର ସ୍ଥାନୀୟ ଲୋକେ ଦେଖି ପାଟପୁର ପୁଲିସ ଓ ସାନଖେମୁଣ୍ଡି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

ଘଟଣା ସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଗୁରୁତର ଦୁଇଜଣଙ୍କୁ ଉଦ୍ଧାର କରି ଦିଗପହଣ୍ଡି ମେଡ଼ିକାଲକୁ ନେଇଥିଲେ। ସେଠାରେ ଡାକ୍ତର ପାଣ ପ୍ରଧାନଙ୍କୁ ମୃତ ଘୋଷଣା କରିବା ବେଳେ ନୀଳାଞ୍ଚଳ ପ୍ରଧାନଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭରଙ୍କୁ ପୁଲିସ ଅଟକ ରଖି ପଚରା ଉଚରା କରୁଛି।

Advertisment
Accident Roadaccident