Advertisment

ସାଇକେଲରେ ଯାଉଥିଲେ ଦମ୍ପତି, ଚଢ଼ିଗଲା ଟ୍ରକ୍‌

ଦୁର୍ଘଟଣା ଘଟାଇ ଫେରାର ହୋଇଯାଉଥିବା ଟ୍ରକ୍‌କୁ ଲୋକେ ପିଛା କରି ଧରିଥିଲେ।

Accident

Accident

Advertisment

ସାଇକେଲରେ ଯାଉଥିଲେ ଏକ ଦମ୍ପତି। ପଛପଟୁ ଧକ୍କା ଦେଇ ସେମାନଙ୍କ ଉପରେ ଚଢ଼ିଗଲା ଆଇରନ ବୋଝେଇ ଟ୍ରକ୍‌। ଖଣ୍ଡବିଖଣ୍ଡିତ ହୋଇଗଲା ସ୍ତ୍ରୀଙ୍କ ଶରୀର। ସ୍ୱାମୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର-ଜାମୁଝାଡ଼ି ରାସ୍ତାର ବେତଡ଼ା ହାଇସ୍କୁଲ ଛକ ନିକଟରେ।

Advertisment

ମୃତ ମହିଳାଙ୍କ ନାଁ ଯଶୋଦା ନାୟକ। ତାଙ୍କ ଘର ବରଣ୍ଡୁଆ ପଞ୍ଚାୟତରେ। ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ତାଙ୍କ ସ୍ୱାମୀଙ୍କୁ ଉଦ୍ଧାର କରି ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଟ୍ରକ୍‌ଟି ଦୁର୍ଘଟଣା ଘଟାଇ ଫେରାର ହୋଇଯାଉଥିଲା। ତେବେ ସ୍ଥାନୀୟ ଲୋକେ ଗୋଡ଼ାଇ ଗୋଡ଼ାଇ ଟ୍ରକ୍‌ଟିକୁ ଧରିଥିଲେ। ପୁଲିସ୍ ଟ୍ରକ୍‌କୁ ଜବତ କରିଛି। ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

Advertisment
Road Accident Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe