Truck
ଭବାନୀପାଟଣା-ରାୟଗଡ଼ା ରାସ୍ତାର ଫୁରଲିଝରଣ ନିକଟରେ ଥିବା ବ୍ରିଜ୍ରୁ ତଳକୁ ଖସି ପଡ଼ିଲା ଟ୍ରକ୍। ଫଳରେ ଉଭୟ ଡ୍ରାଇଭର ଓ ହେଲ୍ପର ଆହତ ହୋଇଛନ୍ତି। ହେଲ୍ପରଙ୍କ ଅବସ୍ଥା ଗୁରୁତର ଅଛି ବୋଲି ଜଣାପଡ଼ିଛି।
ଦୁର୍ଘଟଣାଗ୍ରସ୍ତ ଟ୍ରକ୍୧୬ଟି ଚକା ବିଶିଷ୍ଟ ଏହି ଟ୍ରକ୍ରେ କୋଇଲା ବୋଝେଇ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଟ୍ରକ୍ଟି ବ୍ରିଜ୍ ଅତିକ୍ରମ କରୁଥିବା ବେଳେ ଚକା ଫାଟି ଯିବାରୁ ଭାରସାମ୍ୟ ହରାଇ ଏହା ତଳକୁ ଖସି ପଡ଼ିଥିଲା।
ଦୁର୍ଘଟଣାଗ୍ରସ୍ତ ଟ୍ରକ୍ଟ୍ରକ୍ଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ସ୍ଥାନୀୟ ଲୋକେ ହେଲ୍ପରଙ୍କୁ ଉଦ୍ଧାର କରିଥିଲେ। ତେବେ ଚକା ଉପରକୁ ଥାଇ ବ୍ରିଜ୍ ତଳେ ପଡ଼ିଥିବା ଟ୍ରକ୍ଟିରେ ଡ୍ରାଇଭର ଫସି ରହିଥିଲେ। ତାଙ୍କୁ ଲୋକେ ବାହାର କରିପାରି ନଥିଲେ।
ଅଗ୍ନିଶମ ବାହିନୀ ପହଞ୍ଚିବା ପରେ ଡ୍ରାଇଭରଙ୍କୁ ଟ୍ରକ୍ ଭିତରୁ ବାହାର କରାଯାଇ ଭବାନୀପାଟଣା ସ୍ଥିତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Truck_1696263077.jpg)