Advertisment

ମାଡ଼ିଗଲା ଟ୍ରକ୍‌; ୨ କାଉଡ଼ିଆଙ୍କ ସମେତ ୩ ମୃତ

ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଡାକ୍ତରଖାନାରେ ପ୍ରାଣ ହରାଇଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
Truck

Truck

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟର ଡିମିରିଆ ଗାଁ ଛକରେ ୧୬ ନମ୍ବର ଜାତୀୟ ରାଜପଥରେ ଟ୍ରକ୍ ଚଢ଼ି ଯିବାରୁ ୨ ଜଣ କାଉଡ଼ିଆଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ଘଟିଛି।

Advertisment

ମୃତ କାଉଡ଼ିଆଙ୍କ ମଧ୍ୟରୁ ଜଣଙ୍କ ନାଁ ରଞ୍ଜି ନାୟକ ହୋଇଥିବା ବେଳେ ଅନ୍ୟ ଜଣଙ୍କର ପରିଚୟ ମିଳିପାରି ନାହିଁ। ସେମାନେ ବାଣପୁର ଅଞ୍ଚଳର। ଅନ୍ୟ ଜଣେ ମୃତକଙ୍କ ନାଁ ଏ. ବନମାଳି ପାତ୍ର। ସେ ସ୍ଥାନୀୟ ଅଞ୍ଚଳର ଜଣେ ଶ୍ରମିକ। 

ରଞ୍ଜି ନାୟକ ଓ ତାଙ୍କର ଅନ୍ୟ କାଉଡ଼ିଆ ସାଥୀ ଜଣଙ୍କ ଋଷିକୁଲ୍ୟା ନଦୀରୁ ପାଣି ଉଠାଇ ବାଣପୁର ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ସେମାନଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ଏ. ବନମାଳି ପାତ୍ରଙ୍କୁ ଖଲ୍ଲିକୋଟ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିଲା।

Advertisment

୩ ଜଣଙ୍କ ଉପରେ ଚଢ଼ିଯିବା ପରେ ଟ୍ରକ୍‌ଟି ଓଲଟି ପଡ଼ିଥିଲା। ତେବେ ଡ୍ରାଇଭରଙ୍କର କିଛି ହୋଇନାହିଁ। ଡ୍ରାଇଭରଙ୍କୁ ଖଲ୍ଲିକୋଟ ଥାନା ପୁଲିସ ଅଟକ ରଖିବା ସହିତ ଟ୍ରକ୍‌ଟିକୁ ଜବତ କରିଛି। ଟ୍ରକ୍‌ଟି ଆନ୍ଧ୍ର ପ୍ରଦେଶରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। 

Accident Road Accident