Advertisment

ଦୀପାବଳି ପାଇଁ ପୁଅକୁ ଧରି ସ୍ୱାମୀ ଗାଁକୁ ଯିବା ପରେ...

ଆଜି ଦୀପାବଳି ଥିବାରୁ କୁସୁମୁଗୁଡ଼ା ଯିବାକୁ ସ୍ୱାମୀ ଗୋପାଳକୃଷ୍ଣ ବିଷୋୟୀ କହିଥିଲେ। କିନ୍ତୁ ଚାନ୍ଦିନୀ ମନା କରି ଦେଇଥିଲେ।

Chapal

Chapal

Advertisment

ପାରିବାରିକ କଳହ ନେଇ ଜଳଭଣ୍ଡାରକୁ ଡେଇଁ ପଡ଼ିଲେ ଜଣେ ମହିଳା। ପ୍ରାୟ ୨ ଘଣ୍ଟା ପରେ ତାଙ୍କ ମୃତଦେହକୁ ଜଳଭଣ୍ଡାରରୁ ବାହାର କରାଯାଇଥିଲା। ଘଟଣାଟି ଘଟିଛି କୋରାପୁଟ ନିକଟ ଦୁରୁଗୁଡ଼ାରେ। ମୃତ ମହିଳାଙ୍କ ନାଁ ଚାନ୍ଦିନୀ ବିଷୋୟୀ (୨୮)।

Advertisment

କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ଲୁଲା ଗାଁର ଚାନ୍ଦିନୀ ୬ ବର୍ଷ ତଳେ କେରାପୁଟ ସଦର ଥାନା ଅଧୀନ କୁସୁମୁଗୁଡ଼ାର ଗୋପାଳକୃଷ୍ଣ ବିଷୋୟୀଙ୍କୁ ବିବାହ କରିଥିଲେ। ସ୍ୱାମୀ ଓ ୪ ବର୍ଷର ପୁଅ ସହିତ ସେ କୋରାପୁଟରେ ରହୁଥିଲେ। ତାଙ୍କ ସ୍ୱାମୀ ଗୋପାଳକୃଷ୍ଣ ବିଷୋୟୀ ସ୍ୱାସ୍ଥ୍ୟ ବିଭାଗରେ ଚାକିରି କରୁଛନ୍ତି।

ଆଜି ଦୀପାବଳି ଥିବାରୁ କୁସୁମୁଗୁଡ଼ା ଯିବାକୁ ସ୍ୱାମୀ ଗୋପାଳକୃଷ୍ଣ ବିଷୋୟୀ କହିଥିଲେ। କିନ୍ତୁ ଚାନ୍ଦିନୀ ମନା କରି ଦେଇଥିଲେ। ଫଳରେ ଗୋପାଳକୃଷ୍ଣ ପୁଅକୁ ଧରି କୁସୁମୁଗୁଡ଼ା ଚାଲି ଯାଇଥିଲେ। ସ୍ୱାମୀ ଗାଁକୁ ଯିବା ପରେ ଚାନ୍ଦିନୀ ତାଙ୍କ ସହିତ ଫୋନରେ କଥା ହୋଇଥିଲେ। ସେମାନଙ୍କ ମଧ୍ୟରେ ଫୋନ୍‌ରେ କ’ଣ ବାର୍ତ୍ତାଳପ ହୋଇଥିଲା, ତାହା ଜଣାପଡ଼ିନାହିଁ। ତେବେ ତା’ପରେ ଘଟିଥିଲା ଏହି ଦୁଃଖଦ ଘଟଣା।

Advertisment

କୋରାପୁଟରୁ ସୁନାବେଡ଼ା ଯିବା ବାଟରେ ପଡ଼ୁଥିବା ଦୁରୁଗୁଡ଼ା ପୋଲରୁ କୋଲାବ ଜଳଭଣ୍ଡାରକୁ ଚାନ୍ଦିନୀ ଡେଇଁ ପଡ଼ିଥିଲେ ବୋଲି କୁହାଯାଉଛି। ପୋଲ ଉପରେ ତାଙ୍କର ଜୋତା ପଡ଼ିଥିଲା। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଜଳଭଣ୍ଡାରରେ ତାଙ୍କୁ ଖୋଜାଖୋଜି କରିଥିଲା। ପ୍ରାୟ ୨ ଘଣ୍ଟା ପରେ ତାଙ୍କୁ ଜଳଭଣ୍ଡାରରୁ ପାଇଥିଲା ଅଗ୍ନିଶମ ବାହିନୀ। ତାଙ୍କୁ ଉଦ୍ଧାର କରି କୋରାପୁଟ ମେଡିକାଲ କଲେଜକୁ ପଠାଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe