Advertisment

ବିଦ୍ୟୁତ୍‌ ଆଘାତରେ ମା’ ଓ ଶିଶୁପୁତ୍ର ମୃତ

ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବାଂଶପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

author-image
Jitendra Garnayak
Dead

Dead

ବିଦ୍ୟୁତ୍ ଆଘାତରେ ଜଣେ ମହିଳା ଓ ତାଙ୍କ ଶିଶୁପୁତ୍ରଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲ୍ଲା ବାଂଶପାଳରେ ଘଟିଛି ଏହି ଘଟଣା। ମୃତ ମହିଳାଙ୍କ ନାଁ କଳ୍ପନା ମହାକୁଡ଼। ତାଙ୍କ ପୁଅ ନାଁ ଋଷି (ଅଢ଼େଇ ବର୍ଷ)।

Advertisment

ବାଂଶପାଳର ସୌମ୍ୟରଞ୍ଜନ ବେହେରାଙ୍କ ସ୍ତ୍ରୀ କଳ୍ପନା ଆଜି ପୁଅ ଋଷିକୁ ଧରି ଓଦା ଲୁଗା ଶୁଖାଉଥିଲେ। ସେତେବେଳେ ସେ ଏକ ବିଦ୍ୟୁତ୍ ତା’ର ସଂସ୍ପର୍ଶରେ ଆସି ଯାଇଥିଲେ। କଳ୍ପନା ଓ ଋଷିଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିବା ବେଳେ ସେମାନଙ୍କୁ ବଞ୍ଚାଇବାକୁ ଆସିଥିଲେ ସୌମ୍ୟଙ୍କ ମା’ ଶାନ୍ତିଲତା। ହେଲେ ତାଙ୍କୁ ବି ବିଦ୍ୟୁତ୍ ଆଘାତ ଲାଗିଥିଲା।

ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବାଂଶପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଶିଶୁପୁତ୍ରଟିକୁ ମୃତ ଘୋଷଣା କରାଯାଇଥିଲା। କଳ୍ପନା ଓ ତାଙ୍କ ଶାଶୁ ଶାନ୍ତିଲତାଙ୍କୁ କେନ୍ଦୁଝର ସ୍ଥିତ ଧରଣୀଧର ମେଡିକାଲ କଲେଜ ଓ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ କଳ୍ପନାଙ୍କର ମୃତ୍ୟୁ ଘଟିଥିବା ବେଳେ ଶାନ୍ତିଲତା ଚିକିତ୍ସାଧୀନ ଅଛନ୍ତି।

Advertisment