/odisha-reporter/media/post_attachments/uploadimage/library/16_9/16_9_0/Snake_1694255701.jpg)
Snake
ଝଡ଼ାଫୁଙ୍କା ହେଲା କାଳ। ମହିଳାଙ୍କୁ ବଞ୍ଚାଇବାକୁ ଯାଇ ଝଡ଼ାଫୁଙ୍କା କରିବା ସହ ସାପ ବିଷ ଶୋଷି ଗୁରୁତର ହୋଇଛନ୍ତି ଜଣେ ମହିଳା। ଗୁରୁତର ମହିଳାଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ସୋସ ଥାନା ଅନ୍ତର୍ଗତ ଝଞ୍ଝଣା ଗାଁରେ।
ସାପ କାମୁଡ଼ାରେ ସଂପୃକ୍ତ ମହିଳାଙ୍କର ମୃତ୍ୟୁ ମଧ୍ୟ ଘଟିଛି। ମୃତ ମହିଳା ଜଣଙ୍କ ହେଲେ ଝୁନୁରାଣି ବେହେରା।
ଗତକାଲି ଝୁନୁରାଣି ବିଲରୁ ଫେରିବା ବେଳେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ି ଦେଇଥିଲା ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନ ନେଇ ଝଡ଼ାଫୁଙ୍କା କରିବା ପାଇଁ ସେହି ଗାଁର ମିନତୀ ଦେହୁରୀ ନାମକ ଜଣେ ମହିଳାଙ୍କ ପାଖକୁ ନେଇଥିଲେ। ଝୁନୁରାଣିଙ୍କୁ ସୁସ୍ଥ କରିବା ପାଇଁ ମିନତୀ ଝଡ଼ାଫୁଙ୍କା କରିଥିଲେ। ଏହାସହ ନିଜ ପାଟିରେ ଝୁନୁରାଣିଙ୍କ ଶରୀରରୁ ବିଷ ଟାଣିଥିଲେ।
ମିନତୀଙ୍କ ଝଡ଼ା ଫୁଙ୍କାରେ ଝୁନୁରାଣି ଭଲ ହୋଇ ନଥିଲେ। ତାଙ୍କର ମୃତ୍ୟୁ ଘଟିଥିଲ। ହେଲେ କିଛି ସମୟ ପରେ ମିନତୀ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
