Advertisment

ଝଡ଼ାଫୁଙ୍କା ହେଲା କାଳ;ସାପ ବିଷ ପାଟିରେ ଶୋଷି ମହିଳା ଗୁରୁତର

ସାପ କାମୁଡ଼ାରେ ସଂପୃକ୍ତ ମହିଳାଙ୍କର ମୃତ୍ୟୁ ମଧ୍ୟ ଘଟିଛି।

ଅଦ୍ୟତନ ହୋଇଛି
Snake

Snake

Advertisment

ଝଡ଼ାଫୁଙ୍କା ହେଲା କାଳ। ମହିଳାଙ୍କୁ ବଞ୍ଚାଇବାକୁ ଯାଇ ଝଡ଼ାଫୁଙ୍କା କରିବା ସହ ସାପ ବିଷ ଶୋଷି ଗୁରୁତର ହୋଇଛନ୍ତି ଜଣେ ମହିଳା। ଗୁରୁତର ମହିଳାଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ସୋସ ଥାନା ଅନ୍ତର୍ଗତ ଝଞ୍ଝଣା ଗାଁରେ।

Advertisment

ସାପ କାମୁଡ଼ାରେ ସଂପୃକ୍ତ ମହିଳାଙ୍କର ମୃତ୍ୟୁ ମଧ୍ୟ ଘଟିଛି। ମୃତ ମହିଳା ଜଣଙ୍କ ହେଲେ ଝୁନୁରାଣି ବେହେରା।

ଗତକାଲି ଝୁନୁରାଣି ବିଲରୁ ଫେରିବା ବେଳେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ି ଦେଇଥିଲା ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନ ନେଇ ଝଡ଼ାଫୁଙ୍କା କରିବା ପାଇଁ ସେହି ଗାଁର ମିନତୀ ଦେହୁରୀ ନାମକ ଜଣେ ମହିଳାଙ୍କ ପାଖକୁ ନେଇଥିଲେ। ଝୁନୁରାଣିଙ୍କୁ ସୁସ୍ଥ କରିବା ପାଇଁ ମିନତୀ ଝଡ଼ାଫୁଙ୍କା କରିଥିଲେ। ଏହାସହ ନିଜ ପାଟିରେ  ଝୁନୁରାଣିଙ୍କ ଶରୀରରୁ ବିଷ ଟାଣିଥିଲେ।

Advertisment

ମିନତୀଙ୍କ ଝଡ଼ା ଫୁଙ୍କାରେ ଝୁନୁରାଣି ଭଲ ହୋଇ ନଥିଲେ। ତାଙ୍କର ମୃତ୍ୟୁ ଘଟିଥିଲ। ହେଲେ କିଛି ସମୟ ପରେ ମିନତୀ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Kendujhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe