ଫ୍ୟାନ୍‌ ଲଗାଉଥିବା ବେଳେ ବିଦ୍ୟୁତ୍ ଆଘାତରେ ମହିଳାଙ୍କ ମୃତ୍ୟୁ

ପରିବାର ଲୋକେ ସୁଲୋଚନାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ।

Dead Body

Representational Image

Jitendra Garnayak
  • Published: Sunday, 05 May 2024
  • , Updated: 05 May 2024, 11:01 AM IST

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କଙ୍କଣା ଗାଁରେ ଘଟିଛି ଅଘଟଣ। ଘରେ ଫ୍ୟାନ୍‌ ଲଗାଉଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ତାଙ୍କ ନାଁ ସୁଲୋଚନା ନାୟକ।

ସୂଚନା ଅନୁଯାୟୀ, ସୁଲୋଚନା ଆଜି ସକାଳେ ଘରେ ଫ୍ୟାନ୍‌ ଲଗାଉଥିବା ବେଳେ ଏକ ଜୀବନ୍ତ ବିଦ୍ୟୁତ୍‌ ତାର ତାଙ୍କ ଦେହରେ ଗୋଡ଼େଇ ହୋଇ ଯାଇଥିଲା। ଏହି ତାରରୁ ତାଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିବା ବେଳେ ତାଙ୍କ ଚିତ୍କାର ଶୁଣି ପରବାର ଲୋକେ ଦୌଡ଼ି ଆସି ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିଥିଲେ।

ପରିବାର ଲୋକେ ସୁଲୋଚନାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।

ରିପୋର୍ଟ- କାମାକ୍ଷାନଗରରୁ ବିଦ୍ୟାଧର ବରାଳ

Related story