Advertisment

ଫ୍ୟାନ୍‌ ଲଗାଉଥିବା ବେଳେ ବିଦ୍ୟୁତ୍ ଆଘାତରେ ମହିଳାଙ୍କ ମୃତ୍ୟୁ

ପରିବାର ଲୋକେ ସୁଲୋଚନାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ।

Dead Body

Dead Body

Advertisment

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କଙ୍କଣା ଗାଁରେ ଘଟିଛି ଅଘଟଣ। ଘରେ ଫ୍ୟାନ୍‌ ଲଗାଉଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ତାଙ୍କ ନାଁ ସୁଲୋଚନା ନାୟକ।

Advertisment

ସୂଚନା ଅନୁଯାୟୀ, ସୁଲୋଚନା ଆଜି ସକାଳେ ଘରେ ଫ୍ୟାନ୍‌ ଲଗାଉଥିବା ବେଳେ ଏକ ଜୀବନ୍ତ ବିଦ୍ୟୁତ୍‌ ତାର ତାଙ୍କ ଦେହରେ ଗୋଡ଼େଇ ହୋଇ ଯାଇଥିଲା। ଏହି ତାରରୁ ତାଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିବା ବେଳେ ତାଙ୍କ ଚିତ୍କାର ଶୁଣି ପରବାର ଲୋକେ ଦୌଡ଼ି ଆସି ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିଥିଲେ।

ପରିବାର ଲୋକେ ସୁଲୋଚନାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।

Advertisment

ରିପୋର୍ଟ- କାମାକ୍ଷାନଗରରୁ ବିଦ୍ୟାଧର ବରାଳ

Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe