Advertisment

ମହାନଦୀକୁ ଡେଇଁ ପଡ଼ିଲେ ଯୁବତୀ; ଦେବଦୂତ ସାଜିଲେ ପାର୍କ କର୍ମଚାରୀ

ସ୍ଥାନୀୟ ଲୋକେ ଏନେଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ବ୍ୟାରେଜ ନିକଟରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଏସ୍‌ସିବି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲେ।

Mahanadi River

Mahanadi River

Advertisment

ମହାନଦୀ ନଦୀକୁ ଡେଇଁ ପଡ଼ିଲେ ଯୁବତୀ। ଆଉ ଦେବଦୂତ ସାଜିଲେ ଯୋବ୍ରା ପାର୍କ କର୍ମଚାରୀ। କାଳବିଳମ୍ୱ ନକରି ନଦୀ ଗର୍ଭକୁ ଲମ୍ଫ ମାରିଥିଲେ। ମୃତ୍ୟୁ ମୁଖରୁ ଯୁବତୀଙ୍କୁ ଟାଣି ଆଣିଥିଲେ। ଦୀର୍ଘ ୩୦ ମିନିଟର ସଂଘର୍ଷ ପରେ ନଦୀରୁ ଯୁବତୀଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ। କଟକ ଯୋବ୍ରା ବ୍ୟାରେଜ ଏପରି ଘଟଣା ଘଟିଛି।

Advertisment

ଆଜି ମଧ୍ୟାହ୍ନରେ ଯୋବ୍ରା ବ୍ୟାରେଜ ପାର୍କରେ କାମ କରୁଥିଲେ ଜଣେ କର୍ମଚାରୀ। କୋଳାହଳରେ ବ୍ୟସ୍ତ ଥିଲା ଯୋବ୍ରା ବ୍ୟାରେଜ ରାସ୍ତା। ଠିକ୍‌ ସେହି ସମୟରେ ଜଣେ ଯୁବତୀ ମହାନଦୀକୁ ଡେଇଁପଡ଼ିଲେ। ଏହା ଦେଖି ବ୍ୟାରେଜର ପାର୍କରେ କାମ କରୁଥିବା ଜଣେ କର୍ମଚାରୀ ତାଙ୍କୁ ଉଦ୍ଧାର କରିବା ପାଇଁ ସଙ୍ଗେ ସଙ୍ଗେ ନଦୀକୁ ଡେଇଁ ପଡ଼ିଥିଲେ। ଯୁବତୀ ଜଣକ ନଦୀର ପ୍ରଖର ସ୍ରୋତରେ ଭାସି ଯାଉଥିବା ବେଳେ ତାଙ୍କୁ ଧରି ପକାଇଥିଲେ। ପାଖାପାଖି ୩୦ ମିନିଟ୍‌ ତାଙ୍କୁ ଧରି ବ୍ୟାରେଜର ଲୁହା ଗେଟ୍‌ ପଛ ପାର୍ଶ୍ୱରେ ପାଣିରେ ଛିଡ଼ା ହୋଇଥିଲେ।

ସ୍ଥାନୀୟ ଲୋକେ ଏନେଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ବ୍ୟାରେଜ ନିକଟରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଏସ୍‌ସିବି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ସେପଟେ ଘଟଣା ସମ୍ପର୍କରେ ଖବର ପାଇ ଯୁବତୀଙ୍କ ପରିବାର ଲୋକେ ମେଡ଼ିକାଲ୍‌ରେ ପହଞ୍ଚିଛନ୍ତି।

Advertisment

ତେବେ ଏଠି ପ୍ରଶ୍ନ ଉଠୁଛି, ଯୁବତୀ ଜଣକ ଦିନ ଦି’ପହରରେ କାହିଁକି ମହାନଦୀକୁ ଡେଇଁ ପଡ଼ିଲେ? ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ଏପରିକି ପରିବାର ଲୋକେ ଏନେଇ ମୁହଁ ଖୋଲୁନାହାନ୍ତି। ସେପଟେ କମିଶନରେଟ ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି।

ମହାନଦୀ ଡେଇଁବା ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ଜଣେ ଯୁବତୀ ବ୍ରିଜ୍‌ ଉପରେ ସ୍କୁଟି ରଖି ନଦୀକୁ ଡେଇଁ ପଡ଼ିଥିଲେ। ବହୁ ଖୋଜାଖୋଜି ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

Cuttack Mahanadi River
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe