Advertisment

ଧାନ ପେଶା ମେସିନରେ ଚାପି ହୋଇ ଚାଲିଗଲା ମହିଳାଙ୍କ ଜୀବନ

ସଂଯୁକ୍ତାଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

ଅଦ୍ୟତନ ହୋଇଛି
undefined

Deadbody

Advertisment

ଧାନ ପେଶା ମେସିନରେ ଚାପି ହୋଇ ଚାଲିଗଲା ଜଣେ ମହିଳାଙ୍କ ଜୀବନ। ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ସୋସୋ ଥାନା ଅଧିନସ୍ଥ କାନପୁର ଗ୍ରାମରେ। ମୃତ ମହିଳା ଜଣଙ୍କ ହେଲେ ବିଜୟ ଖମାରୀଙ୍କ ପତ୍ନୀ ସଂଯୁକ୍ତା ଖମାରୀ।

Advertisment

 ଗତକାଲି କାନପୁର ଗାଁକୁ ଧାନ ପେଶା ମେସିନ ଆସିଥିଲା। ଗାଁର ସମସ୍ତ ଲୋକ ନିଜ ନିଜର ଧାନ ଆଣି କୁଟୁଥିଲେ। ସଂଯୁକ୍ତା ମଧ୍ୟ ଧାନ ପେଶିବା ପାଇଁ ଆସିଥିଲେ। ମେସିନିରେ ଧାନ ଢାଳିବା ସମୟରେ ଅସାବଧାନତା ବସତ ପିନ୍ଧା ଲୁଗାଟି ମେସିନିରେ ଗୁଡ଼ାଇ ହୋଇଯାଇଥିଲା। ସଂଯୁକ୍ତା ଧାନ ପେଶା ମେସିନରେ ଚାପି ହୋଇଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ଅଗ୍ନିଶମ ବାହିନୀ ପହଞ୍ଚି ମେସିନରୁ ସଂଯୁକ୍ତାଙ୍କୁ ମୃତଦେହକୁ ଉଦ୍ଧାର କରିଥିଲେ।

ସଂଯୁକ୍ତାଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

Kendujhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe