Advertisment

ଜଙ୍ଗଲକୁ ପତ୍ର ତୋଳିବାକୁ ଯାଇଥିବା ବେଳେ ମହିଳାଙ୍କ ପେଟରେ ବାଜିଲା ଗୁଳି

ସ୍ୱପ୍ନାଙ୍କ ମା’ କହିଛନ୍ତି, ହଠାତ୍ ସବୁ କିଛି ଘଟିଗଲା। ଆମେ କାମରେ ବ୍ୟସ୍ତ ଥିଲୁ। ସେତିକି ବେଳେ ଝିଅ ଦେହରେ ଗୁଳି ବାଜିଲା।

author-image
Jitendra Garnayak
Hospital

Hospital

ପତ୍ର ତୋଳିବାକୁ ଜଙ୍ଗଲକୁ ଯାଇଥିବା ବେଳେ ଜଣେ ମହିଳାଙ୍କ ଶରୀରେ ବାଜିଲା ଗୁଳି। ଗୁଳିଟି ତାଙ୍କ ପେଟରେ ପଶିଯାଇଛି। ମହିଳାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଦଦରାଲୁଣ୍ଡା ପଞ୍ଚାୟତ ବେଡ଼ିଗୋବା ଗାଁରେ।

Advertisment

ଗୁଳିମାଡ଼ରେ ଆହତ ହୋଇଥିବା ମହିଳାଙ୍କ ନାଁ ସ୍ୱପ୍ନା ସାହୁ (୩୪)। ଖଲି ତିଆରି କରିବା ପାଇଁ ପତ୍ର ସଂଗ୍ରହ କରିବାକୁ ଗତକାଲି ସ୍ୱପ୍ନା ଓ ତାଙ୍କ ମା’ ଗାଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ସେମାନେ ପତ୍ର ତୋଳି ବିଡ଼ା ବାନ୍ଧିବା ବେଳେ ସ୍ୱପ୍ନାଙ୍କ ପେଟରେ ଏକ ଗୁଳି ବାଜିଥିଲା। ସ୍ୱପ୍ନାଙ୍କୁ ତାଙ୍କ ମା’ ଘରକୁ ଆଣିଥିଲେ। ତା’ପରେ ତାଙ୍କୁ ଭଞ୍ଜନଗର ଡାକ୍ତରଖାନା ନିଆଯାଇଥିଲା।

ସ୍ୱପ୍ନାଙ୍କ ଶରୀରରେ ଗୁଳି କେମିତି ବାଜିଲା, ତାହା ଜଣାପଡ଼ିନାହିଁ। ଶିକାରୀମାନେ ତାଙ୍କୁ ଗୁଳି କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି। ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟରେ ଜଙ୍ଗଲରେ ଲୁଚିଥିବା ଶିକାରୀମାନେ ଏହି ଗୁଳି ଚଳାଇଥିବା ସନ୍ଦେହ କରାଯାଉଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।

Advertisment

ସ୍ୱପ୍ନାଙ୍କ ମା’ କହିଛନ୍ତି, ହଠାତ୍ ସବୁ କିଛି ଘଟିଗଲା। ଆମେ କାମରେ ବ୍ୟସ୍ତ ଥିଲୁ। ସେତିକି ବେଳେ ଝିଅ ଦେହରେ ଗୁଳି ବାଜିଲା। ଗୁଳି କେଉଁ ଦିଗରୁ ଆସିଲା, କିଏ ମାରିଲା ଆମେ କିଛି ଜାଣିପାରିଲୁ ନାହିଁ।