/odisha-reporter/media/post_attachments/uploadimage/library/16_9/16_9_0/Deadbody_1717218183.jpg)
Deadbody
ଡ୍ୟାମକୁ ମାଛ ଧରିବାକୁ ଯାଇ ୨ ଦିନ ହେବ ଘରକୁ ଫେରି ନଥିଲେ। ଆଜି ସକାଳେ ମିଳିଲା ମୃତଦେହ। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଖଜୁରିଆ ଡ୍ୟାମରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣଙ୍କ ହେଲେ ଶୁକଦେବ ପେଣ୍ଠେଇଙ୍କ ପୁଅ ଭିମସେନ ।
Advertisment
ଗତ ଶନିବାର ଦିନ ଭୀମସେନ ଖଜୁରିଆ ଡ୍ୟାମକୁ ମାଛ ଧରିବାକୁ ଯାଇଥିଲେ। ମାଛ ଧରି ସାରି ଆଉ ଘରକୁ ଫେରିନଥିଲେ। ଆଜି ତାଙ୍କ ମୃତଦେହ ଡ୍ୟାମରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ତେଲକୋଇ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
