electric shock
ବିଦ୍ୟୁତ ଖୁଣ୍ଟରେ ଚଢ଼ି ମରାମତି କରିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଅନ୍ତର୍ଗତ ତଳଗୁଣ୍ଡୁଳା ଗାଁରେ ଏହି ଅଘଟଣ ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ଗୁଣ୍ଡୁଳା ଗାଁର ପର୍ଶୁ ଦେହୁରୀ।
ତଳ ଗୁଣ୍ଡୁଳା ଗ୍ରାମର କେନ୍ଦୁ ଦେହୁରୀଙ୍କ ଘରକୁ ବିଦ୍ୟୁତ ଆସୁନଥିଲା। ବିଦ୍ୟୁତ ଖୁଣ୍ଟରେ ସଂଯୋଗ ହୋଇଥିବା ତାର ଖସି ଯାଇଥିଲା। ଏହାର ମରାମତି ପାଇଁ କେନ୍ଦୁ ପର୍ଶୁକୁ ଡାକିଥିଲେ। ଆଜି ସକାଳେ ପର୍ଶୁ ବିଦ୍ୟୁତ ଖୁଣ୍ଟରେ ଚଢ଼ି ଛାଡ଼ି ଯାଇଥିବା ତାରକୁ ସଂଯୋଗ କରୁଥିଲେ।
ଏହି ସମୟରେ ସେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ। ବିଦ୍ୟୁତ ଖୁଣ୍ଟରେ ଦୀର୍ଘସମୟ ଲାଗି ରହିଥିଲେ। ଗ୍ରାମବାସୀ ଏନେଇ ବିଦ୍ୟୁତ କର୍ମଚାରୀଙ୍କୁ ଖବର ଦେଇଥିଲେ। ବିଦ୍ୟୁତ କର୍ମଚାରୀ ପହଞ୍ଚି ଲାଇନ କାଟି ପର୍ଶୁଙ୍କୁ ଉଦ୍ଧାର କରିଥିଲେ। ପର୍ଶୁ ଗାଁରେ କାହାର କିଛି ବିଦ୍ୟୁତ ଜିନିଷ ଖରାପ ହେଲେ ମରାମତି କରିଥାନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1701315917.jpg)