ବାଇକ ଧକ୍କାରେ ଜଣେ ଯୁବକ ମୃତ। କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। କଳାହାଣ୍ଡି ଜିଲ୍ଲା କେଗାଁ ଥାନା ମକରାଗୁଡା ଗାଁର ରାଧାମୋହନ ଛତରିଆଙ୍କ ଏକମାତ୍ର ପୁଅ ଜୟରାମ ଛତରିଆ ଶୈଚ କରି ଘରକୁ ଫେରିବା ସମୟରେ ପଛପଟୁ ଗୋଟିଏ ବାଇକ ଦୃତଗତିରେ ଆସି ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ଗୁରୁତର ଭାବେ ପଡ଼ିଯାଇ ଥିଲେ ଜୟରାମ।
ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସ୍ଥାନୀୟ ଲୋକେ ଜୟରାମକୁ ଉଦ୍ଧାର କରି ଧର୍ମଗଡ ଡାକ୍ତରଖାନାକୁ ନେଉଥିବା ବେଳେ ଅଧାବାଟରେ ଜୟରାମଙ୍କର ମୃତ୍ୟୁ ହୋଇଥିଲା। ତେବେ ଆଜି ଧର୍ମଗଡ ଡାକ୍ତରଖାନା ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।
ତେବେ ଦୂର୍ଘଟଣା ଘଟାଇଥିବା ବାଇକ ଚାଳକଠାରୁ କ୍ଷତିପୂରଣ ଦାବି କରି ମୃତକଙ୍କ ପରିବାର ଓ ଗ୍ରାମବାସୀ ଉଦେଶୃଙ୍ଗ ରାସ୍ତାରେ ଶବରଖି ରାସ୍ତା ରୋକ କରିଥିଲେ। ତେବେ ଉତ୍ୟକ୍ତ ଲୋକଙ୍କ ପାଖରେ ଗୋଲାମୁଣ୍ଡା ତହସିଲଦାର ପହଞ୍ଚି ବୁଝାସୁଝା କରିବା ସହ ରେଡକ୍ରସ ରୁ ୧୦ହଜାର ଟଙ୍କା ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।