Advertisment

ଯୁବକଙ୍କୁ ପିଟିଦେଲା ବାଇକ୍

ଘରକୁ ଫେରିବା ସମୟରେ ପଛପଟୁ ଗୋଟିଏ ବାଇକ ଦୃତଗତିରେ ଆସି ଧକ୍କା ଦେଇଥିଲା

ଅଦ୍ୟତନ ହୋଇଛି
Road Accident

Road Accident

Advertisment

ବାଇକ ଧକ୍କାରେ ଜଣେ ଯୁବକ ମୃତ। କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। କଳାହାଣ୍ଡି ଜିଲ୍ଲା କେଗାଁ ଥାନା ମକରାଗୁଡା ଗାଁର ରାଧାମୋହନ ଛତରିଆଙ୍କ ଏକମାତ୍ର ପୁଅ ଜୟରାମ ଛତରିଆ ଶୈଚ କରି ଘରକୁ ଫେରିବା ସମୟରେ ପଛପଟୁ ଗୋଟିଏ ବାଇକ ଦୃତଗତିରେ ଆସି ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ଗୁରୁତର ଭାବେ ପଡ଼ିଯାଇ ଥିଲେ ଜୟରାମ।

Advertisment

ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସ୍ଥାନୀୟ ଲୋକେ ଜୟରାମକୁ ଉଦ୍ଧାର କରି ଧର୍ମଗଡ ଡାକ୍ତରଖାନାକୁ ନେଉଥିବା ବେଳେ ଅଧାବାଟରେ ଜୟରାମଙ୍କର ମୃତ୍ୟୁ ହୋଇଥିଲା। ତେବେ ଆଜି ଧର୍ମଗଡ ଡାକ୍ତରଖାନା ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

ତେବେ ଦୂର୍ଘଟଣା ଘଟାଇଥିବା ବାଇକ ଚାଳକଠାରୁ କ୍ଷତିପୂରଣ ଦାବି କରି ମୃତକଙ୍କ ପରିବାର ଓ ଗ୍ରାମବାସୀ ଉଦେଶୃଙ୍ଗ ରାସ୍ତାରେ ଶବରଖି ରାସ୍ତା ରୋକ କରିଥିଲେ। ତେବେ ଉତ୍ୟକ୍ତ ଲୋକଙ୍କ ପାଖରେ ଗୋଲାମୁଣ୍ଡା ତହସିଲଦାର ପହଞ୍ଚି ବୁଝାସୁଝା କରିବା ସହ ରେଡକ୍ରସ ରୁ ୧୦ହଜାର ଟଙ୍କା ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

Advertisment
Roadaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe