Advertisment

କାର ଧକ୍କାରେ ଯୁବକ ମୃତ

ରାସ୍ତାରେ ଯିବାବେଳେ ଗୋଟିଏ ଧଳାରଙ୍ଗର କାର ତାଙ୍କୁ ପଛପଟୁ ଧକ୍କା ଦେଇଥିଲା।

author-image
Biswajit Samal
ଅଦ୍ୟତନ ହୋଇଛି
Car

Car

କାର ଧକ୍କାରେ ଯୁବକ ମୃତ। ଘଟଣାଟି ହେଉଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ମୌଳାଭଣଜା ଛକ ନିକଟରେ ଘଟିଛି ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ମୃତକ ହେଲେ ନବଘନ ଗୌଡ଼। ତାଙ୍କ ଘର ଖଲିଙ୍ଗୀ ଗାଁରେ ବୋଲି ଜଣାପଡ଼ିଛି।

Advertisment

ନବଘନ ଆଜି ସକାଳେ କୌଣସି କାମରେ ମୌଳାଭଣଜା ଛକକୁ ଚାଲି ଚାଲି ଯାଉଥିଲେ। ରାସ୍ତାରେ ଯିବାବେଳେ ଗୋଟିଏ ଧଳାରଙ୍ଗର କାର ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ନବଘନ ରାସ୍ତାରେ ରକ୍ତାକ୍ତ ହୋଇ ପଡ଼ିଗଲେ। ସ୍ଥାନୀୟ ଲୋକ ଏହା ଦେଖି ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ଦିଗପହଣ୍ଡି ମେଡିକାଲକୁ ନବଘନକୁ ନେଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ଡ୍ରାଇଭର କାର ଛାଡ଼ି ଫେରାର ହୋଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି କାରକୁ ଜବତ କରିବା ସହିତ ଡ୍ରାଇଭରକୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି।

Advertisment
Accident Roadaccident Accidental Death