Advertisment

ଚାଲିଚାଲି ଯାଉଥିଲେ, ପଛପଟୁ ପିଟିଦେଲା

ଘଷିପୁରା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଦୁର୍ଘଟଣା ଘଟାଇଥିବା ଗାଡ଼ି ସମ୍ପର୍କରେ ରେ ତଦନ୍ତ ଆରମ୍ଭ କରିଛି।

hospital

hospital

Advertisment

ଅଜଣା ଗାଡ଼ି ଧକ୍କା ରେ ଜଣେ ଯୁବକ ମୃତ। ଏଭଳି ଘଟଣା ଘଟିଛି କେନ୍ଦୁଝରଜିଲ୍ଲା ଆନନ୍ଦପୁରରେ। ଯୁବକ ଜଣକ ୨୦ନଂ ଜାତୀୟ ରାଜପଥର ର ତାଳଗାଁ ଛକ ନିକଟରେ ଚାଲିଚାଲି ଯାଉଥିଲେ। ସେଇ ସମୟରେ ଏକ ଅଜଣା ଗାଡ଼ି ପଛପଟୁ ଧକ୍କା ଦେଇ ଥିଲା। ମୃତ ଯୁବକ ଜଣକ ହେଉଛନ୍ତି ବିରୋଗୋବିନ୍ଦପୁର ଗାଁର ଶଶି ମୁର୍ମୁ ବୋଲି ଜଣାପଡ଼ିଛି।

Advertisment

ଦୁର୍ଘଟଣାର ଖବରପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ପୁଲିସ ଆସିବା ପୂର୍ବରୁ ଦୁର୍ଘଟଣା ଘଟାଇଥିବା ଗାଡ଼ିଟି ଘଟଣା ସ୍ଥଳରୁ ଫେରାର ମାରିଥିଲା। ଶଶି ମୁର୍ମୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲା ପୁଲିସ। ତେବେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏନେଇ ଘଷିପୁରା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଦୁର୍ଘଟଣା ଘଟାଇଥିବା ଗାଡ଼ି ସମ୍ପର୍କରେ ରେ ତଦନ୍ତ ଆରମ୍ଭ କରିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe