Advertisment

ବିଦ୍ୟୁତ ଟାୱାର ଉପରେ ଚଢ଼ିଯାଇଥିଲା ମଦ୍ୟପ ; ୬୦ଫୁଟ୍ ତଳକୁ ଖସିପଡ଼ିଲା

ବଇନ ନିଶାସକ୍ତ ଅବସ୍ଥାରେ ଘର ପାଖରେ ଥିବା ୧୩୨ କେଭି ବିଦ୍ୟୁତ ଟାୱାର ଉପରକୁ ଚଢି ଯାଇଥିଲେ।

ଅଦ୍ୟତନ ହୋଇଛି
electric tower

electric tower

Advertisment

ମଦ୍ୟପ ଯୁବକଙ୍କ ଉନ୍ମତ କାଣ୍ଡ। ବିଦ୍ୟୁତ ଟାୱାର ଉପରେ ଚଢ଼ି ନାଟକ ବାଜି କରୁଥିଲା। ଶେଷରେ ବିଦ୍ୟୁତ ସଂସ୍ପର୍ଶରେ ଆସି ୬୦ଫୁଟ ତଳକୁ ଖସିପଡି ଚାଲିଗଲା ଜୀବନ। ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲି ଚନ୍ଦ୍ରପୁର ଠାରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ବାଲିଚନ୍ଦ୍ରପୁର ଅଞ୍ଚଳର ଘଡେଇ ସାହିର ବଇନ ଘଡେଇ।

Advertisment

ସୂଚନା ମୁତାବକ, ବଇନ ନିଶାସକ୍ତ ଅବସ୍ଥାରେ ଗୁରୁବାର ଅପରାହ୍ନରେ ଘର ପାଖରେ ଥିବା ୧୩୨ କେଭି ବିଦ୍ୟୁତ ଟାୱାର ଉପରକୁ ଚଢି ଯାଇଥିଲେ। ଏହାଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀ ଓ ପୁଲିସକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଓ ପୁଲିସ କର୍ମଚାରୀ ବ୍ୟକ୍ତିଙ୍କୁ ତଳକୁ ଓହ୍ଲାଇବା ପାଇଁ ଅନୁରୋଧ କରିଥିଲେ। ହେଲେ ବଇନ କାହାରି କଥା ଶୁଣି ନଥିଲେ।

ପରେ ପିନ୍ଧିଥିବା ସାର୍ଟ ଖୋଲି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇ ତଳକୁ ଖସି ପଡ଼ିଥିଲେ। ଅଗ୍ନିଶମ ଅଧିକାରୀ ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ପୂର୍ବରୁ ମଧ୍ୟ ବଇନ ବାରମ୍ବାର ଏଭଳି କାଣ୍ଡ ଘଟାଇଥିବା ସୂଚନା ମିଳିଛି।

Advertisment
Jajpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe