Advertisment

ମହାନଦୀରେ ହୁଲି ଡଙ୍ଗା ବୁଡ଼ି ଯୁବକ ନିଖୋଜ

କିଛି ସାଙ୍ଗଙ୍କ ସହିତ ଡଙ୍ଗାରେ ମହାନଦୀ ବୁଲିବାକୁ ଯାଇଥିଲେ।

Cuttack

Cuttack

Advertisment

କଟକ ବାଙ୍କୀ ଥାନା ସହଙ୍ଗା ଗୋପାଳପୁର ଗାଁ ନିକଟରେ ମହାନଦୀରେ ଘଟିଛି ଅଘଟଣ। ଏକ ହୁଲି ଡଙ୍ଗା ବୁଡ଼ି ଯିବାରୁ ଜଣେ ନିଖୋଜ ହୋଇ ଯାଇଛନ୍ତି। ନିଖୋଜ ଯୁବକ ଜଣଙ୍କ ଢେଙ୍କାନାଳ ଜିଲ୍ଲା ସପ୍ତଶଯ୍ୟା ଅଞ୍ଚଳର।

Advertisment

ସେ ଗୋପାଳପୁର ସ୍ଥିତ ତାଙ୍କର ଜଣେ ବନ୍ଧୁ ଘରକୁ ବୁଲିବାକୁ ଆସିଥିଲେ। ଆଜି ସେ କିଛି ସାଙ୍ଗଙ୍କ ସହିତ ଡଙ୍ଗାରେ ମହାନଦୀ ବୁଲିବାକୁ ଯାଇଥିଲେ। ତେବେ କୌଣସି କାରଣରୁ ସେମାନଙ୍କ ମଧ୍ୟରୁ ଜଣେ ଡଙ୍ଗାରୁ ଖସିପଡ଼ିଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ବେଳେ ହୁଲି ଡଙ୍ଗାଟି ବୁଡ଼ି ଯାଇଥିଲା।

ସୂଚନା ଅନୁଯାଇ ଡଙ୍ଗାଟି ବୁଡ଼ିବା ପରେ ଅନ୍ୟମାନେ ପହଁରି କୂଳକୁ ଫେରିଆସିଥିବା ବେଳେ ସପ୍ତଶଯ୍ୟା ଅଞ୍ଚଳର ସେଇ ଯୁବକ ଜଣଙ୍କ ନିଖୋଜ ଅଛନ୍ତି। ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକେ ଖୋଜାଖୋଜି କରୁଛନ୍ତି।

Advertisment
Mahanadi Mishap
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe