Advertisment

ବାଇକ୍‌ ରଖି ଚଳନ୍ତା ଟ୍ରକ୍ ଆଗରେ ଶୋଇପଡ଼ିଲେ ଯୁବକ

ପୁଲିସ୍ ମୃତଦେହକୁ ଜବତ କରିଥିବା ବେଳେ ଘଟଣାର ତଦନ୍ତ କରୁଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Road

Road

ରାସ୍ତାକଡ଼ରେ ବାଇକ୍ ରଖି ଚଳନ୍ତା ଟ୍ରକ୍ ଆଗରେ ଶୋଇପଡ଼ିଲେ ଯୁବକ। ଟ୍ରକ୍ ମାଡ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ଘଟିଲା ମୃତ୍ୟୁ। ଶନିବାର ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଗୋପାଳପୁର ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥରେ। 

Advertisment

ମୃତ ଯୁବକଙ୍କ ନାଁ ସୁବା ରାଓ। ତାଙ୍କ ଘର ଗୋପାଳପୁର ଥାନା କମଲାପୁର ଅଞ୍ଚଳରେ। ବାଇକ୍‌ଟି ତାଙ୍କର ନୁହେଁ। ତାହା ତାଙ୍କ ପଡ଼ୋଶୀଙ୍କର। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ୍ ମୃତଦେହକୁ ଜବତ କରିଥିବା ବେଳେ ଘଟଣାର ତଦନ୍ତ କରୁଛି।

ଗୋପାଳପୁର ଥାନା ପୁଲିସ୍‌ଠାରୁ ମିଳିଥିବା ସୂଚନା ଅନୁଯାୟୀ, ମୃତ ଯୁବକଙ୍କ ଘରେ କୌଣସି କାରଣକୁ ନେଇ ଅଶାନ୍ତି ଲାଗିଥିଲା। ସେଥିପାଇଁ ସେ ମାନସିକ ଚାପ ମଧ୍ୟରେ ଥିଲେ। ଆଜି ସେ ତାଙ୍କ ପଡ଼ୋଶୀଙ୍କର ବାଇକ୍‌ରେ ଆସି ତାକୁ ରାସ୍ତାକଡ଼ରେ ରଖି ବ୍ରହ୍ମପୁର ଆଡ଼କୁ ଯାଉଥିବା ଏକ ଟ୍ରକ୍ ସମ୍ମୁଖକୁ ହଠାତ୍ ଡେଇଁ ପଡ଼ିଥିଲେ। ଟ୍ରକ୍‌ଟି ତାଙ୍କୁ ଚାପି ସେଠାରୁ ପଳାଇଥିଲା। 

Advertisment

ପ୍ରଥମେ ପୁଲିସ ଭାବିଥିଲା ବାଇକ୍‌ଟି ମୃତକଙ୍କର। ବାଇକର ନମ୍ବର ନେଇ ତା’ର ମାଲିକ କିଏ ବୋଲି ପୁଲିସ ଅନୁସନ୍ଧାନ କରିଥିଲା। ସେତେବେଳେ ଜଣାପଡ଼ିଲା ବାଇକ୍‌ଟି ଜଣେ ଯବାନଙ୍କର। କିନ୍ତୁ ସେ ତାଙ୍କ କର୍ମକ୍ଷେତ୍ରରେ ଅଛନ୍ତି। ପରେ ଜଣାପଡ଼ିଲା ତାଙ୍କ ପଡ଼ୋଶୀ ସୁବା ରାଓ ବାଇକ୍‌ ନେଇ ଆସିଥିଲେ। 

ପ୍ରାଥମିକ ତଦନ୍ତରୁ ପାରିବାରିକ ଝଗଡ଼ାରୁ ଯୁବକ ଜଣଙ୍କ ଏମିତି ଏକ ପଦକ୍ଷେପ ନେଇଥିବା ପୁଲିସ ଜାଣିବାକୁ ପାଇଥିବା ବେଳେ ଘଟଣାର ଅଧିକ ତଦନ୍ତ କରାଯିବ ବୋଲି କହିଛି।