Advertisment

ଜଳପ୍ରପାତରେ ବୁଡ଼ି ଯୁବକ ନିଖୋଜ

ସାଙ୍ଗମାନଙ୍କ ସହିତ ବୁଲିବାକୁ ଯାଇଥିଲେ। ଗାଧୋଇବା ବେଳେ ବୁଡ଼ିଗଲେ।

author-image
Jitendra Garnayak
Missing Youth

Missing Youth

କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ଓ ଅନୁଗୋଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ସୀମାନ୍ତ ନଗୀରା ପଞ୍ଚୟତର ଗର୍ଜନଖୋଳ ଜଳପ୍ରପାତରେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ତାଙ୍କ ନାଁ ଲିପୁନ କୁମାର ବେହେରା। ତାଙ୍କ ଘର କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକର ବାଲରାଇ ଗାଁରେ।

Advertisment

ଗତକାଲି ଲିପୁନ ତାଙ୍କ ୨ ଜଣ ସାଙ୍ଗ (ଜଣେ ବାଲରାଇର ଓ ଅନ୍ୟ ଜଣେ ଗୋପପୁରର) ଗର୍ଜନଖୋଳ ଜଳପ୍ରପାତକୁ ବୁଲିବାକୁ ଯାଇଥିଲେ। ସେଠାରେ ସେମାନେ ଗାଧୋଉଥିବା ବେଳେ ଲିପୁନ ବୁଡ଼ି ଯାଇଥିଲେ। ଜଳପ୍ରପାତରେ ବହୁତ ପାଣିଥିବାରୁ ଓ ସ୍ରୋତ ଖୁବ୍ ପ୍ରଖର ଥିବାରୁ ଲିପୁନ ଆଉ ବାହାରି ପାରି ନଥିଲେ।

ଖବରପାଇ ବାଂଶପାଳ ଦମକଳ ବାହିନୀ ସେଠାରେ ପହଞ୍ଚି ଖୋଜାଖୋଜି କରିଥିଲେ। କିନ୍ତୁ ସନ୍ଧ୍ୟା ହୋଇଯିବାରୁ ଉଦ୍ଧାର କାର୍ଯ୍ୟକୁ ବନ୍ଦ ରଖାଯାଇଥିଲା। ଆଜି ସକାଳୁ ପୁଣି ଥରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ଲିପୁନଙ୍କ ପତ୍ତା ମିଳିନାହିଁ। ଜଳପ୍ରପାତଟି ବହୁ ଗଭୀର ହୋଇଥିବାରୁ ଓ ପାଣିର ସ୍ରୋତ ଖୁବ୍ ପ୍ରଖର ଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜୁଥିବା ଜଣାପଡ଼ିଛି।

Advertisment