Advertisment

ତେଲ ଟ୍ୟାଙ୍କର ପଛରେ ପିଟି ହେଲା ‘ଆମ ବସ୍‌’

୧୫ ବସ୍ ଯାତ୍ରୀ ଓ ତେଲ ଟ୍ୟାଙ୍କର ଡ୍ରାଇଭର ଆହତ ହୋଇଛନ୍ତି।

author-image
Jitendra Garnayak
ଅଦ୍ୟତନ ହୋଇଛି
Accident

Accident

କଟକ ଜିଲ୍ଲା ଟାଙ୍ଗୀ ଥାନା ଚଟିଲୋଗଡ଼ା ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଗୋଟିଏ ‘ଆମ ବସ୍’ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ବସ୍‌ରେ ଥିବା ୧୫ ଜଣ ଯାତ୍ରୀଙ୍କ ସମେତ ମୋଟ ୧୬ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହଛି।

Advertisment

ଖୋର୍ଦ୍ଧାରୁ କୋଲକାତା ଅଭିମୁଖେ ଯାଉଥିବା ଏକ ତେଲ ଟ୍ୟାଙ୍କରର ଏକ ଚକା ପଙ୍କଚର ହୋଇଯିବାରୁ ଏହା ଚଟିଲୋଗଡ଼ ନିକଟରେ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଅଟକି ଥିଲା। ଡ୍ରାଇଭର ଟ୍ୟାଙ୍କରକୁ ଛିଡ଼ା କରି ଟାୟାର ବଦଳାଉଥିବା ବେଳେ ଆମ ବସ୍‌ଟି ଦ୍ରୁତଗତିରେ ଆସି ଏହା ପଛପଟରେ ପିଟି ହୋଇଥିଲା।

Aama Busଦୁର୍ଘଟଣାରେ ଆମ ବସ୍‌ର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଛି।

ଏହି ଦୁର୍ଘଟଣାରେ ଆମ ବସ୍‌ର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଛି। ଏହା ସହିତ ବସ୍‌ର କିଛି ଝରକା କାଚ ମଧ୍ୟ ଭାଙ୍ଗି ଯାଇଛି। ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୫ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ଅବସ୍ଥା ଗୁରୁତର ରହିଛି। ଏହି ୨ ଜଣଙ୍କୁ କଟକ ବଡ଼ ମେଡିକାଲକୁ ପଠାଯାଇଥିବା ବେଳେ ଅନ୍ୟମାନଙ୍କୁ ଟାଙ୍କୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଘରୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

Advertisment

ତେଲ ଟ୍ୟାଙ୍କର ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି। ତାଙ୍କ ଶରୀରର ଡାହାଣ ପାର୍ଶ୍ୱ ଗୋଡ଼ ଓ ହାତ ଆଦିରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି।

Accident Ama Bus