Advertisment

ଟୋଲଗେଟ୍‌କୁ ଧକ୍କା ଦେଇ ଜଳିଗଲା କଣ୍ଟେନର, ଡ୍ରାଇଭର ଜୀବନ୍ତଦଗ୍ଧ

ଗତକାଲି ବିଳମ୍ବିତ ରାତିରେ କଣ୍ଟେନରଟି ପଶ୍ଚିମବଙ୍ଗରୁ ତାମିଲନାଡୁ ଯାଉଥିବା ବେଳେ ଘଟିଛି ଏହି ଦୁର୍ଘଟଣା।

author-image
Jitendra Garnayak
ଅଦ୍ୟତନ ହୋଇଛି
Accident

Accident

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଲକ୍ଷ୍ମଣନାଥ ଟୋଲଗେଟରେ ଘଟିଛି ଭୟଙ୍କର ଦୁର୍ଘଟଣା। ଏକ କଣ୍ଟେନର ଟୋଲଗେଟକୁ ଧକ୍କା ଦେବା ପରେ ଜଳିଯାଇଥିବା ବେଳେ ଜୀବନ୍ତଦଗ୍ଧ ହୋଇଯାଇଛନ୍ତି ଡ୍ରାଇଭର।

Advertisment

କଣ୍ଟେନରଟିରେ ଚା’ ବୋଝେଇ ହୋଇଥିଲା। ତାହା ପଶ୍ଚିମବଙ୍ଗରୁ ତାମିଲନାଡୁ ଯାଉଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା। 

ଟ୍ରକ୍‌ଟି ଟୋଲଗେଟ୍‌ର ୬ ନମ୍ବର ଲେନ୍‌ର ସୁରକ୍ଷାବାଡ଼ ଭାଙ୍ଗି ଦ୍ରୁତଗତିରେ ମାଡ଼ିଯାଇଥିଲା ଓ ଟୋଲଗେଟ୍‌ରେ ପିଟି ହୋଇଥିଲା। ଏହା ପରେ ଟ୍ରକ୍‌ଟିରେ ନିଆଁ ଲାଗି ଯାଇଥିଲା। ଟୋଲଗେଟ୍‌ର ବିପୁଳ କ୍ଷତି ହୋଇଥିବା ବେଳେ ସେଠାରେ କାର୍ଯ୍ୟ କରୁଥିବା କୌଣସି କର୍ମଚାରୀ ହତାହତ ହୋଇନାହାନ୍ତି।  

Advertisment

କାହିଁକି ଏପରି ଏକ ଦୁର୍ଘଟଣା ଘଟିଲା, ତାହା ଜଣାପଡ଼ିନାହିଁ। ବ୍ରେକ୍‌ଫେଲ୍ ଅବା ଡ୍ରାଇଭରଙ୍କ ଆଖି ଲାଗି ଯାଇ ଥିବାରୁ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। 

ଦୁର୍ଘଟଣା ସଂପର୍କରେ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେହିପରି ଜଳେଶ୍ୱର ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। 

Accident Road Accident