Advertisment

ବାଙ୍ଗିରିପୋଷି ଘାଟିରେ ଓଲଟିଲା ୨ ଟ୍ରକ୍‌; ଗୋଟିଏ ଗାଡ଼ି ସହ ଜଳିଗଲେ ଡ୍ରାଇଭର

ଆଜି ସକାଳ ପ୍ରାୟ ୮ଟା ପରେ ଏକ ତେଲ ବୋଝେଇ ଟ୍ରକ୍‌ ଓ ଏକ ଟ୍ୟାଙ୍କର କେନ୍ଦୁଝରରୁ ବାରିପଦା ଅଭିମୁଖେ ଆସୁଥିଲେ।

ଅଦ୍ୟତନ ହୋଇଛି
Accident

Accident

Advertisment

ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଙ୍ଗିରିପୋଷି ଘାଟିରେ ଭାରସାମ୍ୟ ହରାଇ ୨ଟି ଟ୍ରକ୍‌ ୨୦ ଫୁଟ ତଳକୁ ଖସି ଯାଇଥିଲା। ଏହାପରେ ସେଥି ମଧ୍ୟରୁ ଗୋଟିଏ ଟ୍ରକ୍‌ରେ ନିଆଁ ଲାଗି ଡ୍ରାଇଭର ଜୀଅନ୍ତା ଜଳି ଯାଇଥିବା ଜଣାଯାଇଛି। ଅନ୍ୟ ଜଣେ ଡ୍ରାଇଭରଙ୍କ ପତ୍ତା ମିଳୁନି।

Advertisment

ଆଜି ସକାଳ ପ୍ରାୟ ୮ଟା ପରେ ଏକ ତେଲ ବୋଝେଇ ଟ୍ରକ୍‌ ଓ ଏକ ଟ୍ୟାଙ୍କର କେନ୍ଦୁଝରରୁ ବାରିପଦା ଅଭିମୁଖେ ଆସୁଥିଲେ। ମାତ୍ର ବାଙ୍ଗିରିପୋଷି ଘାଟିରେ ତଳକୁ ଓହ୍ଲାଉଥିବା ବେଳେ ପାଖାପାଖି ଥିବା ୨ଟି ଗାଡ଼ି ଭାରସାମ୍ୟ ହରାଇ ବସି ୨୦ ଫୁଟ ତଳକୁ ଖସି ପଡ଼ିଥିଲେ।

ଏହାପରେ ତତ୍‌କ୍ଷଣାତ ତେଲ ବୋଝେଇ ଟ୍ରକ୍‌ରେ ନିଆଁ ଲାଗି ଜଳିଯିବା ସହ ଡ୍ରାଇଭର ଜଳି ଯାଇଛନ୍ତି। ବିଶୋଇ ଓ ବାଙ୍ଗିରିପୋଷି ଅଗ୍ନିଶମ କର୍ମଚାରୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

Advertisment

ତେଲ ବୋଝେଇ ଟ୍ରକ୍‌ଟି ହୁତୁହୁତୁ ହୋଇ ଜଳୁଥିବାରୁ ସଙ୍ଗେସଙ୍ଗେ ନିଆଁକୁ କାବୁ କରିବା ସମ୍ଭବପର ହୋଇ ପାରିନି। ତେଣୁ ଟ୍ରକ୍‌ ଭିତରେ ଥିବା ମୃତଦେହକୁ ଉଦ୍ଧାର କରାଯାଇ ପାରିନି। ଏଥିସହ ଟ୍ରକ୍‌ ତଳେ ଅନ୍ୟ ଜଣେ ଡ୍ରାଇଭର ଚାପି ହୋଇଥିବା ଅନୁମାନ କରାଯାଉଥିବା ବେଳେ ତାଙ୍କୁ ମଧ୍ୟ ଉଦ୍ଧାର କରିବା ସମ୍ଭବପର ହୋଇ ପାରିନି।

ଟ୍ରକ ଦୁଇଟି ଯାକ କେନ୍ଦୁଝର ପଟୁ ଘାଟି ରାସ୍ତା ଓହ୍ଲାଉ ଥିବା ବେଳେ ସେମାନେ କେଉଁଠି କୁ ଯାଉଥିଲେ ଏବଂ କେଉଁଠାରୁ ଆସୁଥିଲେ ତାହା ସଠିକ ଜଣା ପଡ଼ିନାହିଁ। ଉଭୟ ଗାଡ଼ି ଡ୍ରାଇଭରଙ୍କ କିଛି ପତ୍ତା ମିଳିନାହିଁ। ଘାଟି ରାସ୍ତାରେ ଯାତାୟତରେ ବାଧା ସୃଷ୍ଟି ହୋଇଥିବା ବେଳେ ଘଟଣାସ୍ଥଳରେ ବାଙ୍ଗିରିପୋଷି ପୁଲିସ ପହଞ୍ଚିଛି। 

କାହିଁକି ବାଙ୍ଗିରିପୋଷି ଘାଟି ପାଲଟିଛି ମରଣଜନ୍ତା?

ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥର ଦୁଆରଶୁଣି ଘାଟିକୁ ମୟୂରଭଞ୍ଜ ଜିଲ୍ଲାର ଲାଇଫଲାଇନ୍‌ କହୁଯାଉଥିବା ବେଳେ ଏବେ ଘାଟି ରାସ୍ତା ମରଣଜନ୍ତା ପାଲଟିଛି।

ବାଙ୍ଗିରିପୋଷି ଘାଟିର ୯ କିଲୋମିଟର ରାସ୍ତା ଶିମିଳିପାଳ ଜୈବ ମଣ୍ଡଳ ଅଧୀନରେ ଆସୁଥିବାରୁ ଏହାର  ସମ୍ପ୍ରସାରଣ କାର୍ଯ୍ୟ ବର୍ଷ ବର୍ଷ ଧରି ଅଟକି ରହିଛି। ଫଳରେ ଏହି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟି ବହୁ ଧନଜୀବନ ନଷ୍ଟ ହୋଇଗଲାଣି।

ଏହି ଘାଟି ରାସ୍ତାରେ ଦୁଇ ବର୍ଷ ମଧ୍ୟରେ ଘଟିଥିବା ପ୍ରାୟ ୧୬୦ରୁ ଊର୍ଦ୍ଧ୍ୱ ଦୁର୍ଘଟଣା ଘଟିଥିବା ବେଳେ ପ୍ରାୟ ୪୦ଜଣ ଅକାଳରେ ଆଖି ବୁଜି ସାରିଲେଣି। ଏଥିସହ ଏହି ଦୁର୍ଘଟଣାରେ୨ ଶହରୁ ଊର୍ଦ୍ଧ୍ୱ ଜଣ ଗୁରୁତର ହୋଇ ପଙ୍ଗୁ ହୋଇ ଯାଇଛନ୍ତି।

ଏନେଇ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ କହିଛନ୍ତି, ଶିମିଳିପାଳ ଜୈବ ମଣ୍ଡଳ ଭିତରେ ପଡ଼ୁଥିବାରୁ ଏହି ୯ କି.ମି. ବିଶିଷ୍ଟ ଘାଟି ରାସ୍ତାର ସମ୍ପ୍ରସାରଣ କାମ ଅଟକି ରହିଥିଲା। ଏଥିନିମନ୍ତେ ଦୀର୍ଘ ବର୍ଷ ଧରି ଗ୍ରୀନ ଟ୍ୟୁବନାଲ ଅନୁମତିକୁ ଅପେକ୍ଷା କରାଯାଇଥିବା ବେଳେ ପ୍ରାୟ ମାସ ହେବ ଏହି ଅନୁମତି ମିଳିଛି। ଏବେ କ୍ୟାବିନେଟରେ ଅନୁମୋଦନ ପାଇଁ ଫାଇଲ ପଡ଼ି ରହିଛି। ମାସେ ମଧ୍ୟରେ ତାହା ପାସ୍‌ ହୋଇଯିବା । ଏହାପରେ ଏହି ରାସ୍ତାର ଶିଳାନ୍ୟାସ ପାଇଁ ଉଭୟ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ପତ୍ର ଦିଆଯାଇଛି। ଶିଳାନ୍ୟାସ ପରେ କାମକୁ ତ୍ୱରାନ୍ୱିତ କରାଯାଇ ପ୍ରାୟ ବର୍ଷେ ମଧ୍ୟରେ ଶେଷ କରାଯିବାକୁ ଟାର୍ଗେଟ କରାଯାଇଛି। ଏହାପରେ ଦୁର୍ଘଟଣା କମିଯିବ ବୋଲି ବୋଲି ସେ କହିଛନ୍ତି ।

Mayurbhanj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe