Advertisment

ଯୋବ୍ରା ବ୍ରିଜରେ ସିରିଜ୍‌ ଦୁର୍ଘଟଣା; ପିକ୍‌ଅପ୍‌ ଓ ଅଟୋକୁ ଧକ୍କା ଦେଲା ସ୍କର୍ପିଓ

ସିରିଜ୍‌ ଦୁର୍ଘଟଣା ଘଟାଇଥିବା ସ୍କର୍ପିଓରେ ଆଗରେ ଓ ପଛରେ ଅଲଗା ଅଲଗା ନମ୍ୱର ପ୍ଲେଟ୍‌ ରହିଛି। ତେଣୁ ଏହି ଗାଡ଼ିଟି ଚୋରା ଗାଡ଼ି ବୋଲି ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ ସ୍କର୍ପିଓ ଭିତରେ ମଦ ବୋତଲ ଥିବା ଦେଖିବାକୁ ମିଳିଛି।

author-image
Manoranjan Sial
ଅଦ୍ୟତନ ହୋଇଛି
Accident

Accident

ଆଜି ରାତି ପ୍ରାୟ୯ଟା ବେଳେ କଟକ ଯୋବ୍ରା ବ୍ରିଜରେ ସିରିଜ୍‌ ଦୁର୍ଘଟଣା ଘଟିଛି। ବ୍ରିଜ୍‌ ମଝିରେ ପିକ୍‌ଅପ୍‌ ଭ୍ୟାନ୍‌କୁ ପିଟିଛି ସ୍କର୍ପିଓ। ତା’ପରେ ଅଟୋକୁ ଧକ୍କା ଦେଇଛି। ଦୁର୍ଘଟଣା ପରେ ବ୍ରିଜ ବାଡ଼ ଭାଙ୍ଗି ଅଧାରେ ଅଟକି ରହିଥିଲା ସ୍କର୍ପିଓ। ଯାହାଫଳରେ ଟ୍ରାଫିକ୍‌ ଜାମ ହୋଇଛି। ପୁଲିସ୍‌ ପହଞ୍ଚି ଗାଡ଼ି ଗୁଡ଼ିକୁ ରାସ୍ତାରୁ ହଟାଇଛି। ଏଥିସହ ଆହତ ହୋଇଥିବା ୩ ଜଣଙ୍କୁ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଛି। ଏହି ଦୁର୍ଘଟଣାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

Advertisment

ସିରିଜ୍‌ ଦୁର୍ଘଟଣା ଘଟାଇଥିବା ସ୍କର୍ପିଓରେ ଆଗରେ ଓ ପଛରେ ଅଲଗା ଅଲଗା ନମ୍ୱର ପ୍ଲେଟ୍‌ ରହିଛି। ତେଣୁ ଏହି ଗାଡ଼ିଟି ଚୋରା ଗାଡ଼ି ବୋଲି ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ ସ୍କର୍ପିଓ ଭିତରେ ମଦ ବୋତଲ ଥିବା ଦେଖିବାକୁ ମିଳିଛି। ତେଣୁ ସେମାନେ ମଦ ନିଶାରେ ଦୁର୍ଘଟଣା ଘଟାଇଥିବା ଅନୁମାନ କରାଯାଉଛି। ପୁଲିସ୍‌ ବିଭିନ୍ନ ଦିଗରୁ ତଦନ୍ତ ଚଳାଉଛି।

Cuttack