Advertisment

ସରକାରୀ ବସ୍‌-ଘରୋଇ ବସ୍ ମୁହାଁମୁହିଁ ଧକ୍କା

ଶେରଗଡ଼ ପୁଲିସ ଦୁଇଟି ଯାକ ବସ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି।

author-image
Jitendra Garnayak
Accident

Accident

ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ ଧନନ୍ତର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଏକ ସରକାରୀ (OSRTC) ବସ୍‌ ସହିତ ଏକ ଘରୋଇ ବସ୍‌ର ମୁହାଁମୁହିଁ ଧକ୍କା ହୋଇଛି। ଘରୋଇ ବସ୍‌ର ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି।

Advertisment

OSRTC ବସଟି ୧୦ ଜଣ ଯାତ୍ରୀଙ୍କୁ ନେଇ ଶେରଗଡ଼ରୁ ହିଞ୍ଜିଳି ଦେଇ ପୁରୀ ଅଭିମୁଖେ ଯାଉଥିବା ବେଳେ ଗୋବିନ୍ଦପୁରରୁ ଶେରଗଡ଼ ଅଭିମୁଖେ ଆସୁଥିବା ଘରୋଇ ବସ୍ ‘ଚନ୍ଦ୍ର ତାରା’ ସହ ମୁହାଁମୁହିଁ ଧକ୍କା ହୋଇଥିଲା।

ଏହି ଦୁର୍ଘଟଣାରେ ଘରୋଇ ବସର ଡ୍ରାଇଭର ନୀଳାଞ୍ଚଳ ବେହେରା ଗୁରୁତର ହୋଇଥିବା ବେଳେ OSRTC ବସ୍‌ର ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି। ଓଏସ୍‌ଆଟିସି ବସ୍‌ରେ ଥିବା ୧୦ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

Advertisment

ସ୍ଥାନୀୟ ଲୋକେ ଗୁରୁତର ଡ୍ରାଇଭରକୁ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ହିଞ୍ଜିଳି ମେଡିକାଲରେ ଭର୍ତ୍ତି କରିଥିଲେ। ଶେରଗଡ଼ ପୁଲିସ ଦୁଇଟି ଯାକ ବସ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି।