Advertisment

ଅବକାରୀ କାର୍ଯ୍ୟାଳୟ ପରିସରରେ ଅଗ୍ନିକାଣ୍ଡ; ଜଳିଗଲା ୧୦ ବାଇକ୍

କାର୍ଯ୍ୟାଳୟରେ ନିଆଁ ଲାଗିବା ସମୟରେ ଅବକାରୀ କର୍ମଚାରୀମାନେ ଚଢ଼ାଉ ପାଇଁ ବାହାରକୁ ଯାଇଥିଲେ।

ଅଦ୍ୟତନ ହୋଇଛି
Fire

Fire

Advertisment

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅବକାରୀ କାର୍ଯ୍ୟାଳୟ ପରିସରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁରେ୧୦ରୁ ଅଧିକ ବାଇକ୍ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିଶମ କର୍ମଚାରୀ ଦୀର୍ଘ ସମୟ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ। ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି।

Advertisment

ଗତକାଲି ରାତିରେ କାମାକ୍ଷାନଗର ଅବକାରୀ କାର୍ଯ୍ୟାଳୟର ପଛପାଖରେ ନିଆଁ ଲାଗିଯାଇଥିଲା। ଅଳ୍ପ ସମୟ ଭିତରେ ନିଆଁ ଚାରିଆଡେ ବ୍ୟାପିଯାଇଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା। ଦୀର୍ଘ ସମୟ ପରିଶ୍ରମ କରିବା ପରେ ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିଥିଲେ।

କାର୍ଯ୍ୟାଳୟରେ ନିଆଁ ଲାଗିବା ସମୟରେ ଅବକାରୀ କର୍ମଚାରୀମାନେ ଚଢ଼ାଉ ପାଇଁ ବାହାରକୁ ଯାଇଥିଲେ। ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନାହିଁ।ତେବେ କାମାକ୍ଷାନଗର ଅବକାରୀ କାର୍ଯ୍ୟାଳୟରେ ନିଆଁ କିପରି ଲାଗିଲା ତାର କାରଣ ଅସ୍ପଷ୍ଟ ରହିଛି। ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଅବକାରୀ କାର୍ଯ୍ୟାଳୟ ପରିସରରେ ଜବତ ହୋଇ ରହିଥିବା ବାଇକ୍‌ ଗୁଡ଼ିକ ଜଳି ପୋଡ଼ି ପାଉଶଁ ହୋଇଯାଇଥିଲା।

Advertisment
Fire Breakout Dhenkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe