Advertisment

ପରିଚୟ ମିଳିଲାନି, ଶେଷରେ ସତ୍କାର କଲା ବିଏମ୍‌ସି

ଜୁନ୍ ୨ ତାରିଖରେ ବାହାନଗା ଟ୍ରେନ ଟ୍ରାଜେଡି ପରେ ବିଭିନ୍ନ ପର୍ଯ୍ୟାୟରେ ଆସିଥିବା ୧୬୨ଟି ମୃତଦେହକୁ ଭୁବନେଶ୍ୱର ଏମ୍‌ସରେ ସଂରକ୍ଷିତ ରଖାଯାଇଥିଲା। ଫିଜିକାଲ ଭେରିଫିକେସନ୍‌ ପରେ ସେଥିରୁ ୮୧ଟି ତତ୍କାଳ ପରିବାର ଲୋକଙ୍କୁ ହସ୍ତାନ୍ତର ହୋଇଥିଲା।

Train

Train

Advertisment

୧୩୦ ଦିନ ବିତିଗଲା। ଅପରିଚିତ ହୋଇ ରହିଗଲେ ବାହାନଗା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୮ଟି ମୃତଦେହ। କେହି ଦାବିଦାର କିମ୍ବା ସମ୍ପର୍କୀୟ ନଆସିବାରୁ ଶେଷରେ ଆଜିଠୁ ଆରମ୍ଭ ହୋଇଛି ଶବ ସତ୍କାର। ଭୁବନେଶ୍ୱର ଏମ୍‌ସ ପକ୍ଷରୁ ଭୁବନେଶ୍ୱର ମହାନଗର ନିଗମ(ବିଏମସି)କୁ ସଂରକ୍ଷିତ ରଖାଯାଇଥିବା ମୃତଦେହ ଗୁଡ଼ିକୁ ହସ୍ତାନ୍ତର କରାଯାଇଛି। ଏହା ପରେ ବିଏମସି ଆଜିଠୁ ଆରମ୍ଭ କରିଛି ଶବ ସତ୍କାର ପ୍ରକ୍ରିୟା।

Advertisment

ଭୁବନେଶ୍ୱର ଭରତପୁର ମଶାଣିରେ ଶବ ଗୁଡ଼ିକର ଅନ୍ତିମ ସତ୍କାର କରାଯାଉଛି। ଏହି କାର୍ଯ୍ୟ ପ୍ରାୟ ଦୁଇ ଦିନ ଧରି ଚାଲିବ ବୋଲି ବିଏମ୍‌ସି କମିଶନର ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି।

ଜୁନ୍ ୨ ତାରିଖରେ ବାହାନଗା ଟ୍ରେନ ଟ୍ରାଜେଡି ପରେ ବିଭିନ୍ନ ପର୍ଯ୍ୟାୟରେ ଆସିଥିବା ୧୬୨ଟି ମୃତଦେହକୁ ଭୁବନେଶ୍ୱର ଏମ୍‌ସରେ ସଂରକ୍ଷିତ ରଖାଯାଇଥିଲା। ଫିଜିକାଲ ଭେରିଫିକେସନ୍‌ ପରେ ସେଥିରୁ ୮୧ଟି ତତ୍କାଳ ପରିବାର ଲୋକଙ୍କୁ ହସ୍ତାନ୍ତର ହୋଇଥିଲା। ତା’ସତ୍ତ୍ୱେ ଅନେକ ମୃତଦେହ ଚିହ୍ନଟରେ ସମସ୍ୟା ଉପୁଜିବାରୁ DNA ମ୍ୟାଚିଂ ସହାୟତା ନିଆଯାଇଥିଲା। ଯାହାଦ୍ୱାରା ଆଉ ୫୩ଟି ମୃତଦେହ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିବାରେ ସମ୍ଭବ ହୋଇଥିଲା। ହେଲେ ୨୮ଟି ମୃତଦେହର ଦାବିଦାର ଆସିନଥିଲେ। ତେଣୁ ସତ୍କାର ବ୍ୟବସ୍ଥା କରାଯାଉଛି।

Advertisment
Bhubaneswar Bhubaneswar News BalasoreTrainAccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe