Advertisment

କାର୍‌କୁ ଘୋଷାଡ଼ି ନେଲା ଟ୍ରକ୍‌; ଭିତରେ ଥିଲେ ଗୋଟିଏ ପରିବାରର ୪ ଜଣ

ଟ୍ରକ୍‌ଟି ଏହିପରି ଭାବେ ପ୍ରାୟ ୩ଶହ ମିଟର ପର୍ଯ୍ୟନ୍ତ କାର୍‌ଟିକୁ ଘୋଷାଡ଼ି ନେଇଥିବା ବେଳେ ଏକ ପୁଲିସ୍‌ ବ୍ୟାରିକେଡ ଥିବାରୁ ଅଟକି ଯାଇଥିଲା।

Accident

Accident

Advertisment

ଉତ୍ତରପ୍ରଦେଶର ଆଗ୍ରା- ମୁମ୍ବାଇ ହାଇୱେରେ ଦେଖିବାକୁ ମିଳିଛି ଲୋମଟାଙ୍କୁରା ଦୃଶ୍ୟ। ଜାତୀୟ ରାଜପଥ ଉପରେ ଏକ ଟ୍ରକ୍‌ ଏକ କାର୍‌କୁ ଘୋଷାଡ଼ି ନେଉଥିବା ବେଳେ ଭିତରୁ ଶୁଭୁଥିଲା ଆର୍ତ୍ତ ଚିତ୍କାର। ଟ୍ରକ୍‌ଟି ଏହିପରି ଭାବେ ପ୍ରାୟ ୩ଶହ ମିଟର ପର୍ଯ୍ୟନ୍ତ କାର୍‌ଟିକୁ ଘୋଷାଡ଼ି ନେଇଥିବା ବେଳେ ଏକ ପୁଲିସ୍‌ ବ୍ୟାରିକେଡ ଥିବାରୁ ଅଟକି ଯାଇଥିଲା। କାର୍‌ ଭିତରେ ଏକ ଦମ୍ପତି ଓ ସେମାନଙ୍କ ୨ ସନ୍ତାନ ଥିବା ବେଳେ ସେମାନେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି। ପୁଲିସ୍‌ ପହଞ୍ଚି ଉକ୍ତ ଟ୍ରକ୍‌ର ଡ୍ରାଇଭର ଓ ହେଳପରଙ୍କୁ ଗିରଫ କରିଛ।

Advertisment

ନୋଏଡା ସେକ୍ଟର-୫୦ର ସାଗର ପ୍ରେସିଡେନ୍ସିରେ ରହୁଥିବା ଅମର ଜୈନ ନିଜ ପତ୍ନୀ ଯୋଗ୍ୟତା ଜୈନ ଓ ଦୁଇ ଛୁଆଙ୍କ ସହ ମଧ୍ୟପ୍ରଦେଶର ଧୌଲପୁର ଅଭିମୁଖେ ନିଜ କାର୍‌ରେ ଯାଉଥିଲେ। ସିକନ୍ଦରପୁର ଜାତୀୟ ରାଜପଥରେ କାର୍‌ଟି ଟ୍ରକ୍‌କୁ ଓଭରଟେକ୍‌ କଲା। ଏହାପରେ ଉଭୟ ଗାଡ଼ି ମଧ୍ୟରେ ଜୋରରେ ଧକ୍କା ହୋଇଥିବା ବେଳେ କାର୍‌ଟି ଟ୍ରକ୍‌ ଆଗରେ ରହି ଯାଇଥିଲା।

ଏହାପରେ ଟ୍ରକ୍‌ ଡ୍ରାଇଭର ଭୟଭୀତ ହୋଇ ଦ୍ରୁତ ଗତିରେ ଗାଡ଼ି ଚଳାଇବାରୁ ତା’ ସହ କାର୍‌ ବି ଘୋଷାଡ଼ି ହୋଇ ଚାଲିଲା। ଅମରଦୀପଙ୍କ ସମେତ ତାଙ୍କ ପରିବାର ସଦସ୍ୟ ଜୀବନ ରକ୍ଷା ପାଇଁ ଆକୁଳ ଚିତ୍କାର କରିବାକୁ ଲାଗିଲେ।

Advertisment

ଏହାଦେଖି ଆଖପାଖ ଲୋକ ପାଟି କରିବା ସହ ଟ୍ରକ୍‌ ଉପରେ ଟେକାପଥର ମାଡ଼ କରିଥିଲେ। ଫଳରେ ପ୍ରାୟ ୩ଶହ ମିଟର ଯିବା ପରେ ଏକ ପୁଲିସ୍‌ ବ୍ୟାରିକେଡରେ ପିଟି ହୋଇ ଟ୍ରକ୍‌ଟି ଅଟକି ଯାଇଥିଲା।

ସ୍ଥାନୀୟ ଲୋକେ ତୁରନ୍ତ ଗାଡ଼ି ଭିତରୁ ଅମରଦୀପଙ୍କ ସମେତ ତାଙ୍କ ପରିବାର ସଦସ୍ୟଙ୍କୁ ଉଦ୍ଧାର କରି ମେଡିକାଲେ ଭର୍ତ୍ତି କରିଛନ୍ତି। ଅମରଦୀପଙ୍କ ପତ୍ନୀଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।

ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍‌କୁ ଜବତ କରିବା ସହ ଡ୍ରାଇଭର ଓ ହେଲପରଙ୍କୁ ବାନ୍ଧିଛି।

Accident Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe