Advertisment

ଦୁର୍ଘଟଣା ସ୍ଥଳରେ ରୁଣ୍ଡ ଲୋକଙ୍କ ଉପରେ ମାଡ଼ିଗଲା କାର୍‌; ୯ ମୃତ, ୧୩ ଗୁରୁତର

ଏକ ଦୁର୍ଘଟଣା ସ୍ଥଳରେ ରୁଣ୍ଡ ହୋଇଥିବା ଲୋକଙ୍କ ଉପରେ ଦ୍ରୁତ ଗତିରେ ଆସୁଥିବା ଏକ ଜାଗୁଆର କାର୍‌ ମାଡ଼ିଯିବାରୁ ଘଟଣାସ୍ଥଳରେ ୯ ଜଣଙ୍କ ମୃତ୍ୟୁ ହୋଇଛି।

author-image
Niharika Rout
ଅଦ୍ୟତନ ହୋଇଛି
Accident

Accident

ଗୁଜରାଟ ରାଜଧାନୀ ଅହମ୍ମଦାବାଦରେ ଗତ ରାତିରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ଦୁର୍ଘଟଣା ସ୍ଥଳରେ ରୁଣ୍ଡ ହୋଇଥିବା ଲୋକଙ୍କ ଉପରେ ଦ୍ରୁତ ଗତିରେ ଆସୁଥିବା ଏକ ଜାଗୁଆର କାର୍‌ ମାଡ଼ିଯିବାରୁ ଘଟଣାସ୍ଥଳରେ ୯ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି। ଏହା ଏକ ହିଟ୍‌ ଆଣ୍ଡ ରନ୍‌ ମାମଲା ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି ।

Advertisment

ଅହମ୍ମଦାବାଦର ଇସ୍କନ ବ୍ରିଜ ଉପରେ ଗତକାଲି ରାତି ପ୍ରାୟ ୧ଟା ପରେ ଏହି ଛାତିଥରା ଦୁର୍ଘଟଣା ଘଟିଛି। ଉକ୍ତ ବ୍ରିଜ ଉପରେ ପୂର୍ବରୁ ଏକ ଥାର୍‌ ଓ ଡମ୍ପର ମୁହାଁମୁହିଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଉକ୍ତ ଦୁର୍ଘଟଣାକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକେ ରୁଣ୍ଡ ହୋଇଥିଲେ। ଦୁର୍ଘଟଣା ସମୟରେ ଜାଗୁଅର କାର୍‌ଟି ଘଣ୍ଟା ପ୍ରତି ୧୬୦ କିମି ବେଗ୍‌ରେ ଯାଉଥିବା ଜଣାଯାଇଛି। 

ଉକ୍ତ ସମୟରେ ଦ୍ରୁତ ଗତିରେ ବ୍ରିଜ ଆଡ଼କୁ ମାଡ଼ି ଆସୁଥିବା ଏକ ଜାଗୁଆର କାର୍‌ ରୁଣ୍ଡ ହୋଇଥିବା ଲୋକଙ୍କ ଉପରେ ମାଡ଼ି ଯାଇଥିଲା। ଏହି ଦୁର୍ଘଟଣାରେ ଜଣେ କନଷ୍ଟେବଳ ଓ ଜଣେ ହୋମଗାର୍ଡଙ୍କ ସମେତ ୯ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟ ହୋଇଛି। 

Advertisment

ପୁଲିସ୍‌ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଗୁରୁତରମାନଙ୍କୁ ହସ୍ପିଟାଲ ପଠାଇଛି। ଏଥିସହ ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାଯାଇଛି। ଜାଗୁଆର କାର୍‌ ଡ୍ରାଇଭର ସତ୍ୟ ପଟେଲ ନାମକ ଯୁବକ ବୋଲି ଚିହ୍ନଟ ହୋଇଥିବା ବେଳେ ସେ ମଧ୍ୟ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଜଣାଯାଇଛି। ଏହି ଦୁର୍ଘଟଣା ପରେ ଇସ୍କନ ଫ୍ଲାଏ ଓଭର ରାସ୍ତାକୁ ବନ୍ଦ କରି ଦିଆଯାଇଛି।

ଦୁର୍ଘଟଣା ଖବର ପାଇ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଗଭୀର ଶୋକ ପ୍ରକାଶ କରିଛନ୍ତି।  ଏଥିସହ ସେ ମୃତକଙ୍କ ପରିବାରକୁ ୪ ଲକ୍ଷ ଏବଂ ଆହତଙ୍କୁ ୫୦ ହଜାର ଲେଖାଏ କ୍ଷତିପୂରଣ ରାଶି ଦେବାକୁ ଘୋଷଣା କରିଛନ୍ତି। 

Accident Gujarat