Advertisment

ନିର୍ମାଣାଧୀନ ପୋଲ ଉପରେ ଚଢ଼ିଗଲା ଆମ୍ବୁଲାନ୍ସ

ଗର୍ଭବତୀ ମହିଳା ଜଣଙ୍କ ଅନ୍ୟ ଏକ ଆମ୍ବୁଲାନ୍ସରେ ନୀଳଗିରି ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ଅଦ୍ୟତନ ହୋଇଛି
Accident

Accident

Advertisment

ରୋଗୀ ଆଣିବାକୁ ଯିବାବେଳେ ନିର୍ମାଣାଧୀନ ପୋଲ ଉପରେ ଚଢ଼ିଗଲା ଆମ୍ବୁଲାନ୍ସ। ପରେ ପୋଲ ଉପରେ ଝୁଲି ରହିଲା। ବାଲେଶ୍ୱର ଜିଲ୍ଲା ସଜନାଗଡ଼ ରାସ୍ତା ପୋଡ଼ାଶୁଳ ନିକଟରେ ଏହି ଦୁର୍ଘଟଣା ଘଟିଛି। ତେବେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର।

Advertisment

ଗତ ରାତି ପ୍ରାୟ ୩ଟା ସମୟରେ ଏକ ଆମ୍ବୁଲାନ୍ସ ଭାଲୁକାଶୁଣି ନିକଟକୁ ଗର୍ଭବତୀ ମହିଳାଙ୍କୁ ଆଣିବାକୁ ଯାଉଥିଲା। ଏହି ସମୟରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ପୁଡ଼ାଶୁଳ ନିକଟରେ ନିର୍ମାଣାଧୀନ ପୋଲ ଉପରେ ଚଢ଼ିଯାଇଥିଲା। ପରେ ଆମ୍ବୁଲାନ୍ସ ନିର୍ମାଣାଧୀନ ପୋଲ ଉପରେ ଝୁଲି ରହିଥିଲା। ଦୁର୍ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି। 

ସୂଚନା ଅନୁଯାୟୀ, ପୁଡ଼ାଶୁଳ ନିକଟରେ ରାସ୍ତାକାମ ସହ ପୋଲ କାମ ମଧ୍ୟ ଚାଲିଛି। ଆମ୍ବୁଲାନ୍ସ ଦୁର୍ଘଟଣା ପରେ ଗର୍ଭବତୀ ମହିଳା ଜଣଙ୍କ ଅନ୍ୟ ଏକ ଆମ୍ବୁଲାନ୍ସରେ ନୀଳଗିରି ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

Advertisment
Balasore Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe