Advertisment

ମୃତଦେହ ଧରି ପୁରୀ ଯାଉଥିଲା ଆମ୍ବୁଲାନ୍ସ, ମଝି ବାଟରେ ଓଲଟି ପଡ଼ିଲା

ପୁରୀରେ ଶେଷକୃତ୍ୟ ସମ୍ପନ୍ନ ନିମନ୍ତେ ଆମ୍ବୁଲାନ୍ସରେ ଯାଉଥିଲା ମୃତଦେହ । ଗାଡ଼ିରେ ବନ୍ଧୁ ପରିଜନ ବି ଥିଲେ। ମାତ୍ର ହଠାତ୍‌ ଘଟିଲା ଅଘଟଣ । ମଝି ବାଟରେ ଓଲଟିଲା ଆମ୍ବୁଲାନ୍ସ ।

Accident

Accident

Advertisment

ପୁରୀରେ ଶେଷକୃତ୍ୟ ସମ୍ପନ୍ନ ନିମନ୍ତେ ଆମ୍ବୁଲାନ୍ସରେ ଯାଉଥିଲା ମୃତଦେହ । ଗାଡ଼ିରେ ବନ୍ଧୁ ପରିଜନ ବି ଥିଲେ। ମାତ୍ର ହଠାତ୍‌ ଘଟିଲା ଅଘଟଣ । ମଝି ବାଟରେ ଓଲଟିଲା ଆମ୍ବୁଲାନ୍ସ । ଆଉ ସେଥିରେ ଥିବା ମୃତକଙ୍କ ୬ ସମ୍ପର୍କୀୟ ଦୁର୍ଘଟଣାରେ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏପରି ଏକ ଦୁର୍ଘଟଣା ଆଜି ଗଞ୍ଜାମ ଜିଲ୍ଲା ଖଲିକୋଟ ଜାତୀୟ ରାଜପଥ ବଡ଼ଘାଟିରେ ଘଟିଛି।

Advertisment

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଅଞ୍ଚଳରୁ ଏକ ଘରୋଇ ଆମ୍ବୁଲାନ୍ସରେ ପୁରୀ ସ୍ଵର୍ଗଦ୍ଵାର ଅଭିମୁଖେ ଏକ ମୃତଦେହ ଯାଉଥିଲା। ମୃତଦେହ ସହ ୬ ସମ୍ପର୍କୀୟ ବି ପୁରୀ ଯାଉଥିଲେ।

ଖଲ୍ଲିକୋଟ ବଡଘାଟି ନିକଟରେ  ଆଜି ସକାଳେ ଦ୍ରୁତ ଗିତିରେ ଯାଉଥିବା ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ଏକ ବାଇକ୍‌କୁ ଧକ୍କା ଦେଇ ରାସ୍ତା କଡ଼କୁ ଓଲଟି ପଡିଥିଲା । ଯାହା ଫଳରେ ଆମ୍ବୁଲାନ୍ସରେ ବସିଥିବା ମୃତକଙ୍କ ୬ ସମ୍ପର୍କୀୟ ଆହତ ହୋଇଥିଲେ।

Advertisment

ଖବର ପାଇ ରାଜପଥ ପାଟ୍ରୋଲିଂ ଷ୍ଟାଫ ଆହତ ଅବସ୍ଥାରେ ସମସ୍ତ ୬ ଜଣଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ସଞ୍ଜୟ ମହାକୁଡ ନାମକ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର MKCG ସ୍ଥାନାନ୍ତରିତ କରାଯାଇଛି ।

ମୃତଦେହଟି ଖଲ୍ଲିକୋଟ ମେଡିକାଲରେ ଥିବା ବେଳେ ଦୁର୍ଘଟଣା ଖବର ପାଇ ଦିଗପହଣ୍ଡିରୁ ପରିବାରର ଅନ୍ୟ ସଦସ୍ୟ ପହଞ୍ଚିଥିଲେ । ସେମାନେ ଅନ୍ୟ ଏକ ଆମ୍ବୁଲାନ୍ସରେ ମୃତଦେହକୁ ନେଇ ପୁରୀ ଯାଇଥିବା ଜଣାଯାଇଛି।

ରିପୋର୍ଟ-ଖଲ୍ଲିକୋଟରୁ ସିଲୁ ବିଶ୍ୱାଳ

Ganjam Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe